ଶ୍ରୀନଗର: ବୁଧବାର ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।
ଆତଙ୍କବାଦୀ ଉପସ୍ଥିତ ଥିବା ସୂଚନା ପାଇବା ପରେ ଶୋପିଆନ୍ ଜିଲ୍ଲାର ମୀମେନ୍ଦର ଅଞ୍ଚଳରେ ସେନା ଓ ସ୍ଥାନୀୟ ପୁଲିସ କର୍ଡନ୍ ଓ ସର୍ଚ
ଅପରେସନ୍ ଆରମ୍ଭ କରିଥିଲା।
ଏଥିଯୋଗୁଁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ତଲାସକାରୀ ଦଳ ପାଲଟା ଗୁଳି ଚଳାଇଥିଲେ।
ପ୍ରତ୍ୟୁଷ ୪: ୨୦ରୁ ଏନ୍କାଉଣ୍ଟର୍ ଆରମ୍ଭ ହୋଇ ସକାଳ ୮: ୩୦ ମିନିଟ୍ ସମୟରେ ବନ୍ଦ ହୋଇଥିଲା। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ତଲାସ ଓ କମ୍ବିଙ୍ଗ୍ ଅପରେସନ୍ ଆରମ୍ଭ ଚାଲିଛି।
ସେନାର ୨୩ ପାରାର ମିଳିତ ଦଳ, ସିଆର୍ପିଏଫ୍ ଏବଂ ସ୍ପେସାଲ୍ ଅପରେସନ୍ସ୍ ଗ୍ରୁପ୍ କର୍ଡନ ଓ ସର୍ଚ ଅପରେସନ୍ ଆରମ୍ଭ କରିଥିଲେ।
ମୀମେନ୍ଦରସ୍ଥିତ ଗୋଟାଏ ବାସଭବନରେ ପ୍ରାୟ ୩ ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ବିଶ୍ୱାସ କରାଯାଉଛି। ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍ କରାଯିବା ପରେ ଇଣ୍ଟର୍ନେଟ୍ ସେବା ବନ୍ଦ କରି ଦିଆଯାଇଛି।