କୁପୱାରା: ସୋମବାର ବିଳମ୍ବିତ ରାତିରେ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ନୂତନ ଉତ୍ତେଜନା ଦେଖାଦେଇଛି। ଜମ୍ମୁ ଏବଂ କଶ୍ମୀରର କୁପୱାଡା ଜିଲ୍ଲାର ଦୁଇଟି ସ୍ଥାନ ମାଚିଲ ଏବଂ ଦୁଦନିଆଲ ସେକ୍ଟରରୁ ଗୁଳିଚାଳନା ଏବଂ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହା ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ବୋଲି ଅନୁମାନ କରାଯାଉଛି। ତେବେ ଏହାକୁ ପ୍ରତିବାଦ କରି ସୁରକ୍ଷା ବାହିନୀ ଗୁଳି ଚାଳନା କରିଥିଲେ। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ସୂତ୍ର ଅନୁଯାୟୀ, ସୈନ୍ୟମାନେ ମାଚିଲ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦେହଜନକ ଗତିବିଧି ଚିହ୍ନଟ କରିଥିଲେ। ଯାହାର ତୁରନ୍ତ ଜବାବ ଦିଆଯାଇଥିଲା। "ସେନା ସନ୍ଦିଗ୍ଧ ଅନୁପ୍ରବେଶକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲା, ଯାହା ଫଳରେ ଗୁଳି ବିନିମୟ ହୋଇଥିଲା," ବୋଲି ସୂତ୍ରରୁ ପ୍ରକାଶ।
ଭାରତୀୟ ସେନା ଅଧିକାରୀମାନେ ଏଏନ୍ଆଇରେ ନିଜର ବୟାନ ଦେଇ କହିଛନ୍ତି, ‘‘ଜମ୍ମୁ ଓ କଶ୍ମୀରର କୁପୱାଡା ସେକ୍ଟରରେ, ଭାରତୀୟ ସେନାର ସୈନିକମାନେ ନିୟନ୍ତ୍ରଣ ରେଖା ପାଖରେ କିଛି ସନ୍ଦେହଜନକ ଗତିବିଧି ଦେଖିଥିଲେ ଏବଂ ସନ୍ଧ୍ୟା ପ୍ରାୟ ୭ଟାରେ ଏହାକୁ ପ୍ରତିରୋଧ କରି ଗୁଳି ଚଳାଇଥିଲେ। ଏହି ଅଞ୍ଚଳରେ ଅପରେସନ ଏବେ ବି ଜାରି ରହିଛି। ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି,"।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/14/untitled-2025-10-14-08-41-49.jpg)