ଶ୍ରୀନଗର: ପାରା ମିଲିଟାରି ଫୋର୍ସ- ଆତଙ୍କବାଦୀ ଗୁଳିବିନିମୟ ,୨ ଆତଙ୍କବାଦୀ ମୃତ,ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସୋପିଆଁ ଜିଲ୍ଲାର ନଡିଗାମ ନିକଟରେ ଆଜି ସକାଳୁ ପାରା ମିଲିଟାରି ଫୋର୍ସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ପାରା ମିଲିଟାରି ଫୋସର ଜଣେ ଯବାନ ସହିଦ ହୋଇଛନ୍ତି।
ମିଳିଥିବା ସୁନା ଅନୁଯାୟୀ , ଭୋର ପ୍ରାୟ ୩ଟା ସମୟରେ ନଡିଗାମ ନିକଟରେ ପାରା ମିଲିଟାରି ଫୋସର ଯବାନମାନେ ଯାଉଥିିବା ବେଳେ ସେମାନଙ୍କ ଉପରକୁ ଛପି ରହି ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଫଳରେ ୩ ଜଣ ଯବାନ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମେ ଗୁଳି ବାଜିଥିବା ଯବାନ ଜଣଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଆତଙ୍କବାଦୀଙ୍କ ଗୁଳିର ଜବାବ ଦେଇଥିଲେ ପାରା ମିଲିଟାରି ଫୋର୍ସ। ପାରା ମିଲିଟାରି ଫୋର୍ସଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଖସିଯିବାକୁ ସକ୍ଷମ ହୋଇଛନ୍ତି। ତେବେ ସେନା, ସିଆରପିଏଫ ସମଗ୍ର ଅଞ୍ଚଳକୁ କର୍ଡନ କରି ତୃତୀୟ ଆତଙକବାଦୀଙ୍କୁ ଧରିବା ପାଇ ସର୍ଚ୍ଚ ଅପରେସନ୍‌ ଚଳାଇଛନ୍ତିି।

ସମ୍ବନ୍ଧିତ ଖବର