ଶ୍ରୀନଗର : ଶୁକ୍ରବାର ସକାଳେ ଶ୍ରୀନଗରର ଡାନମାର ଅଂଚଳରେ ଥିବା ଆଲାମଦାର କଲୋନିରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଧିଷ୍ଟ ସୂଚନା ଆଧାରରେ ପୋଲିସ ଏବଂ ସୁରକ୍ଷା ବାହିନୀର ଏକ ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହା ପରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସିଆରପିଏଫ ଯବାନ ମଧ୍ୟ ଆହତ ହୋଇଛନ୍ତି।

Advertisment

ଚଳିତ ବର୍ଷ ନିପାତ ହେଲେଣି ୭୮ ଆତଙ୍କବାଦୀ
ଶ୍ରୀନଗର : ଚଳିତ ବର୍ଷ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ କାଶ୍ମୀରରେ ୭୮ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସୁରକ୍ଷା ବାହିନୀର ଅପରେସନରେ ନିହତ ହୋଇଥିବା ପ୍ରାୟ ୩୯ ଆତଙ୍କବାଦୀ ଲସ୍କର-ଏ- ତୋଏବାରର ବୋଲି ଜଣାପଡ଼ିଛି। ଅନ୍ୟ ଆତଙ୍କବାଦୀମାନେ ହିଜ୍-ଉଲ୍-ମୁଜାହିଦ୍ଦିନ, ଅଲ୍-ବାଦର୍ , ୟଶ୍-ଏ-ମହମ୍ମଦ ଏବଂ ଅନସର୍ ଗଜଵାଲ୍ -ଉଲ୍-ହିନ୍ଦ୍ ସଂଗଠନ ସହିତ ସଂପୃକ୍ତ । ଦକ୍ଷିଣ କାଶ୍ମୀରର ଅନନ୍ତନାଗ,ପୁଲଵାମା,ସୋପିଅାନ ଏବଂ କୁଲଗାମ ଆଦି ଜିଲ୍ଲାରୁ ନିପାତ ହୋଇଥିବା ଅଧିକାଂଶ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ଥିଲେ ଯେଉଁ ମାନେ କିଛି ବର୍ଷ ତଳେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ। ନିକଟରେ ଲସ୍କର କମାଣ୍ଡର ନାଦିମ ଅବରାର ଭଟ୍ଟକୁ ଏନକାଉଣ୍ଟରରେ ନିପାତ କରାଯାଇଥିବା ବେଲେ ଗତ ସପ୍ତାହରେ ସପୋରର ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ମେହରାଜୁଦ୍ଦିନ ହାଲଵାଇକୁ ଉତ୍ତର କାଶ୍ମୀରର କୁପୱାଡ଼ାରେ ନିପାତ କରାଯାଇଥିଲା।