ଭୁବନେଶ୍ୱର: ଦେଶରେ ବାଘ ବଂଶ ପ୍ରତି ସତେ ଯେମିତି ବିପଦ ସୃଷ୍ଟି ହୋଇଛି। ଦୁର୍ଘଟଣା ହେଉ ଅଥବା ମାନବକୃତ, ପ୍ରତିଦିନ ଦେଶର କେଉଁଠି ନା କେଉଁଠି ବାଘ ମୃତ୍ୟୁବରଣ କରୁଥିବାର ଖବର ଆସିବାରେ ଲାଗିଛି। ଓଡ଼ିିଶାର ଦେବ୍ରିଗଡ଼ ଜଙ୍ଗଲରେ ଏକ ମହାବଳ ବାଘକୁ ଶିକାର ଉଦ୍ଦେଶ୍ୟରେ ହତ୍ୟା କରଯିବାର ୧ ସପ୍ତାହ ପରେ ମହାରାଷ୍ଟର ଏକ ମଣିଷ ଖିଆ ବାଘୁଣୀକୁ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ଓଡ଼ିଶାର ସାତକୋଶିଆ ଜଙ୍ଗଲରେ ବାଘ ବଂଶ ବୃଦ୍ଧିପାଇଁ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିିବା ଯୁବ ମହାବଳ ବାଘଟି ଗତକାଲି ରାତିରେ ସାତକୋଶିଆ ଜଙ୍ଗଲର କୋର ଏରିଆରେ ଅତି ରହସ୍ୟଜନକ ଭାବେ ମୃତ୍ୟୁ ଘଟିବା ଘଟଣା ପରିବେଶପ୍ରେମୀମାନଙ୍କ ପାଇଁ ଦୁଃଖର କାରଣ ହୋଇଛି। ତେବେ ଏହି ସମୟରେ ପୁଣି ମହାରାଷ୍ଟ୍ରରୁ ଆଉ ଏକ ଦୁଃଖଦ ଖବର ମିଳିଛି। ମହାରାଷ୍ଟ୍ରରେ ଟ୍ରେନ୍ରେ କଟି ଦୁଇଟି ମହାବଳ ବାଘ ଶାବକଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଚନ୍ଦ୍ରପୁୁର ଜିଲ୍ଲାର ଜୁନୋନା ଜଙ୍ଗଲ ନିକଟରେ ଆଜି ସକାଳୁ ଏକଦୁଃଖଦ ଘଟଣା ଘଟିଛି। କେନ୍ଦ୍ରୀୟ ରେଳବାଇ ଅନ୍ତର୍ଗତ ଏକ ରେଲେଓ୍ଵ ଟଆକ୍ରେ ଆଜି ସକାଳେ ଦୁଇଟି ବାଘ ଛୁଆ ଟ୍ରେନ୍ରେ କଟି ମରି ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରର ଓଦୋବା ଅନ୍ଧେରୀ ବ୍ୟାଘ୍ର ଅଭଆରଣ୍ୟରେ ବର୍ତ୍ତମାନ ମାତ୍ର ୪୦ଟି ମହାବଳ ବାଘ ରହିଛନ୍ତି। ତେବେ ସେହି ଜଙ୍ଗଲରୁ କୌଣସି ଭାବେ ୨ଟି ବାଘଛୁଆ ଖସି ଆସିି ଟ୍ରେନ୍୍ ଲାଇନ୍କୁ ଚାଲି ଯାଇଛନ୍ତି। ଫଳରେ ସେମାନେ ଟ୍ରେନ୍ ଚକାତଳେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ବାଘ ଶାବକ ଦ୍ୱୟର ଆନୁମାନିକ ବୟସ ୬ ମାସ ହେବ ବୋଲି ଆକଳନ କରାଯାଉଛି।.
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Two-Tiger-Died_Thumbnail.jpg)