ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆବେଦନ କରିବା ପରେ ତାମିଲନାଡୁ ସରକାରୀ ଡାକ୍ତରଖାନାରେ ଚାକିରି ପାଇଲେ ପୁରୁଷରୁ ନାରୀ ହୋଇଥିବା ଦୁଇ ବ୍ୟକ୍ତି

ଚେନ୍ନାଇ: ବୁଧବାର ଦିନ ତାମିଲନାଡୁ ସରକାରଙ୍କ ଠାରୁ ଲାବ୍‌ ଆସିଷ୍ଟାଣ୍ଟ୍‌ ଏବଂ ଫିଜିଓଥେରାପିଷ୍ଟ୍‍ ଭାବେ ପୁରୁଷରୁ ନାରୀ ହୋଇଥିବା ଏସ୍‌ ନେୟା ଏବଂ ଏସ୍‌ ସେଲ୍‌ଭିସାନ୍ଥୋସାମ୍‌ ନାମକ ଦୁଇ ବ୍ୟକ୍ତି ଅଫର୍‌ ଲେଟର୍‌ ପାଇଛନ୍ତି। ସେମାନେ ଜାଣନ୍ତି, ସେମାନେ ପିନ୍ଧିଥିବା ଧଳା ଆପ୍ରୋନ୍‌ ଏବଂ ଷ୍ଟେଥୋସ୍କୋପ୍‌ କେବଳ ବୃତ୍ତିର ଚିହ୍ନ ନୁହେଁ, ତାଙ୍କ ଲିଙ୍ଗର ବ୍ୟାଜ୍‌ ମଧ୍ୟ।

ନେୟା କହନ୍ତି: ମୋ ଲିଙ୍ଗ ମୋ ପରିଚୟ ହେଉ ବୋଲି ମୁଁ କଦାପି ଚାହୁଁ ନ ଥିଲି। କିନ୍ତୁ ଧଳା ଆପ୍ରୋନ୍‌ ପିନ୍ଧିବାକୁ ଲଢ଼ିଥିବା ଜଣେ ଲିଙ୍ଗ ପରିବର୍ତ୍ତନକାରୀ ଭାବେ ଚିହ୍ନିତ ହେବାରେ ଆଜି ମୁଁ ଗୌରବାନ୍ଵିତ ମନେକରୁଛି।

୩୩ ବର୍ଷିୟ ସାଲେମ୍‌ବାସୀ ଲାବ୍‌ ଆସିଷ୍ଟାଣ୍ଟ୍‌ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ ପଲାନୀସ୍ୱାମୀଙ୍କ ଠାରୁ ନିଯୁକ୍ତି ପତ୍ର ପାଇଛନ୍ତି। ପୂର୍ବରୁ ସେ ଯେତେ ଥର ଘରୋଇ ସେକ୍ଟର୍‌ରେ ଚାକିରି ପାଇଁ ଆବେଦନ କରିଥିଲେ, କେବଳ ଲିଙ୍ଗଗତ ଅସୁବିଧାରୁ ସେ ସାକ୍ଷାତ୍‌କାର ଯାଏଁ ମଧ୍ୟ ଯାଇ ପାରନ୍ତି ନାହିଁ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠରେ ଆବେଦନ କରିବା ପରେ ତାଙ୍କୁ ରାଜୀବ ଗାନ୍ଧୀ ଜେନେରାଲ୍‌ ହସ୍‌ପିଟାଲ୍‌ରେ ଚୁକ୍ତି ଭିତ୍ତିକ ନିଯୁକ୍ତି ମିଳିଲା। ସେଇଠି ସେ ଭେଟିଲେ ସେଲ୍‌ବିସାନ୍ଥୋସାମ୍‌ଙ୍କୁ। ସେ ମଧ୍ୟ ତାଙ୍କ ପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠକୁ ଆବେଦନ କରିବା ପରେ ଚାକିରି ପାଇଥିଲେ।

ଶାରୀରିକ ପରିବର୍ତ୍ତନ ପରେ ନେୟାଙ୍କର ପିଲାପିଲି ହୋଇଥିବା ବେଳେ ସେଲ୍‌ଭିସାନ୍ଥୋମ୍‌ ଏକଲା ଅଛନ୍ତି। ସେ ସ୍କୁଲ୍‌ରେ ଜଣେ ଉଦୀୟମାନ ଛାତ୍ର ଥିଲେ।

ସମ୍ବନ୍ଧିତ ଖବର