ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି।ଏଇ ଅବସରରେ ୧୮ତମ ଲୋକସଭାକୁ ନିର୍ବାଚିତ ହୋଇଥିବା ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନବନିର୍ବାଚିତ ସାଂସଦମାନଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଥମ ଦିନର ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଶପଥ ପାଠ କରିଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଆ ଭାଷାରେ ଶପଥ ନେଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଏବଂ ଶ୍ରୀ ଓରାମ ସୁନ୍ଦରଗଡ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ଅଷ୍ଟାଦଶ ଲୋକସଭାରେ ଓଡ଼ିଶାର ୨୧ ଜଣ ସାଂସଦ ପ୍ରତିନିଧିତ୍ବ କରୁଥିବାବେଳେ ଆସନ୍ତାକାଲି ଅର୍ଥାତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଦ୍ବିତୀୟ ଦିବସରେ ଓଡ଼ିଶାର ୧୯ ଜଣ ସାଂସଦ ଶପଥ ଗ୍ରହଣ କରିବେ। ଅଷ୍ଟାଦଶ ଲୋକସଭାରେ ଆଜି ଓ ଆସନ୍ତାକାଲି ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ ହୋଇଛି।
ଓଡ଼ିଆରେ ଶପଥ ନେଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଜୁଏଲ: ଆଜି ଶପଥ ନେବେ ଅନ୍ୟ ୧୯ ସାଂସଦ
/sambad/media/post_attachments/wp-content/uploads/2024/06/sfhsfhhfssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)