ମହାରାଷ୍ଟ୍ର: ମାଲଗାଡ଼ିର ଦୁଇ ଓ୍ଵାଗନ୍‌ରେ ନିଅାଁ ଲାଗିବାରୁ ୧୨ ଟ୍ରେନ୍‌ ବାତିଲ୍‌

ପାଲଗଡ଼: ଗୁରୁବାର ବିଳମ୍ବିତ ରାତ୍ରୀରେ ମହାରାଷ୍ଟ୍ରର ପାଲଗଡ଼ ଜିଲ୍ଲା ଅନ୍ତର୍ଗତ ଦହନୁ ରୋଡ୍‌ ଷ୍ଟେସନ୍‌ ନିକଟରେ ଗୋଟିଏ ମାଲ୍‌ଗାଡ଼ିର ଦୁଇଟି ଓ୍ଵାଗନ୍‌ରେ ନିଅାଁ ଲାଗିଯିବାରୁ ଅନ୍ୟୂନ ୧୨ଟି ଟ୍ରେନ୍‌ ବାତିଲ୍‌ ହୋଇଛି।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ରାତି ପ୍ରାୟ ୧୧ଟା ବେଳେ ଦହନୁ ରୋଡ୍‌ ଏବଂ ବନଗାଁ ରେଳବାଇ ଷ୍ଟେସନ୍‌ ମଧ୍ୟରେ ଘଟନାଟି ଘଟିଛି।

ଦମକଳ, ରେଳବାଇ ପୁଲିସ ଫୋର୍ସ ଏବଂ ଗଭର୍ଣ୍ଣମେଣ୍ଟ୍‌ ରେଲ୍‌େଓ୍ଵ ପୁଲିସ ଘଟନାସ୍ଥଳକୁ ଧାଇଁ ଯାଇଥିଲେ। ଶୁକ୍ରବାର ରାତି ପ୍ରାୟ ୨ଟା ବେଳେ ନିଅାଁ ଲିଭିଥିଲା ବୋଲି ସେ କହିଛନ୍ତି।

ଉପରେ ଟଣାଯାଇଥିବା ବିଜୁଳି ତାର ତରଳି ଯିବାରୁ ତରଳି ଯିବାରୁ ଅନ୍ୟୂନ ୧୦ଟି ଦୂରଗାମୀ ଟ୍ରେନ୍‌ ଅଟକି ରହିଥିଲା।

ଉଭୟ ଲାଇନ୍‌ରେ ମୁମ୍ବାଇ ଆଡ଼କୁ ଯାଉଥିବା ଟ୍ରେନ୍‌ ସବୁ ପ୍ରଭାବିତ ହୋଇଥିଲେ। ରାତି ପ୍ରାୟ ୧:୩୫ ବେଳକୁ ବେଗ କଟକଣା କରାଯାଇ ଡାଉନ୍‌ଲାଇନ୍‌ ଖୋଲିଥିଲା ବୋଲି ପଶ୍ଚିମ ରେଳବାଇର ପିଆର୍‌ଓ କହିଛନ୍ତି।

ଧାରଣାରୁ ପୋଡ଼ା ଓ୍ଵାଗନ୍‌ ହଟାଇବାକୁ ଓ ବିଜୁଳି ତାର ମରାମତି କରିବାକୁ କାମ ଚାଲିଛି।

ନିଅାଁ ଲାଗିବାର ବାସ୍ତବ କାରଣ ଜାଣିବାକୁ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର