ଉତ୍ତରପ୍ରଦେଶରେ ପଶିଛନ୍ତି ଦୁଇଜଣ ଆତଙ୍କବାଦୀ, ହାଇଆଲର୍ଟ ଜାରି

ଲକ୍ଷ୍ମୌ: ଦକ୍ଷିଣ ଭାରତ ସହିତ ଜଡ଼ିତ ଥିବା ଦୁଇଜଣ ଆତଙ୍କବାଦୀ ଉତ୍ତରପ୍ରଦେଶରେ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ ପାଇବା ପରେ ହାଇଆଲର୍ଟ ଜାରି କରାଯାଇଛି।

ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ଏହି ଦୁଇଜଣ ଆତଙ୍କବାଦୀ ଭାରତ-ନେପାଳ ସୀମାକୁ ଲାଗିଥିବା କୌଣସି ଜିଲ୍ଲାକୁ ଚାଲି ଯାଇ ପାରନ୍ତି। ଦୁଇ ଆତଙ୍କବାଦୀଙ୍କୁ ଧରିବା ପାଇଁ ସମ୍ପୂର୍ଣ୍ଣ ବସ୍ତି ଓ ଗୋରଖପୁରରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଆତଙ୍କବାଦୀଙ୍କ ନାମ ଖ୍ୟାଜା ମୋଇନଦ୍ଦିନ ଓ ଅବଦ୍ଦୁଲ ସମଦ ବୋଲି ଜଣାପଡ଼ିଛି। ପୁଲିସ ଏହି ଦୁହିଁଙ୍କ ଫଟୋ ବିଭିନ୍ନ ସ୍ଥାନରେ ମାରିଛି। ଶେଷଥର ପାଇଁ ଏହି ଦୁଇ ଆତଙ୍କବାଦୀଙ୍କୁ ପଶ୍ଚିମବଙ୍ଗର ସିଲିଗୁଡିରେ ଦେଖିବାକୁ ମିଳିଥିଲା।

Related image
globalnews.ca

ବସ୍ତି ରେଞ୍ଜର ଆଇଜି ଆଶୁତୋଷ କୁମାରଙ୍କ କହିବାନୁସାରେ, ଖ୍ୟାଜା ମୋଇନଦ୍ଦିନ ଓ ଅବଦୁଲ ସମଦ ନାମକ ଦୁଇ ଆତଙ୍କବାଦୀ ଉତ୍ତରପ୍ରଦେଶ ସୀମା ଭିତରକୁ ପଶି ଆସିଛନ୍ତି ଏବଂ ଭାରତ-ନୋପାଳ ସୀମାକୁ ଲାଗିଥିବା କୌଣସି ଜିଲ୍ଲା ଦେଇ ଦୁହେଁ ନେପାଳ ଚାଲି ଯାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ଦୁହିଁଙ୍କୁ ଧରିବା ପାଇଁ ଗୋରଖପୁର, ସିଦ୍ଧାର୍ଥନଗର ସମେତ କିଛି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁହିଁଙ୍କ ଫଟୋ ବି ମିଳିଛି। ଯାହା ପୁଲିସକୁ ହସ୍ତାନ୍ତର କରି ଦିଆଯାଇଛି।

 

ଗୁଇନ୍ଦା ସୂତ୍ରରୁ ପ୍ରକାଶ, ଅନ୍ତଜାର୍ତୀୟ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍‌ ଷ୍ଟେଟ (ଆଇଏସ୍‌) ସହିତ ଜଡ଼ିତ ଦକ୍ଷିଣ ଭାରତରେ ସକ୍ରିୟ ଥିବା ଖ୍ୟାଜା ମୋଇନଦ୍ଦିନ୍‌କୁ ୨୦୧୭ ସେପ୍ଟେମ୍ବରରେ ଏନ୍‌ଆଇଏ ଚେନ୍ନାଇରୁ ଗିରଫ କରିଥିବା ବେଳେ ଅବଦୁଲ ସମଦକୁ ୨୦୧୮ ଫେବ୍ରୁଆରିରେ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର