ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଶିଷ୍ଟ ସେବା ପାଇଁ ୨ ଜଣ ପୋଲିସ ରାଷ୍ଟ୍ରପତି ପଦକ ପାଇବେ ବୋଲି ଘୋଷଣା କରାଯାଇଛି। ସେମାନେ ହେଲେ ଭୁବନେଶ୍ବର ଏସ୍ଆଇଡବ୍ଲ୍ୟୁ ଡିଏସ୍ପି ଉମାଶଙ୍କର ଦାସ ଏବଂ କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟ କନେଷ୍ଟବଳ ଭାଗୀରଥି ତ୍ରିପାଠୀ।
ସେହିଭଳି ଉତ୍ତମ ସେବା ପାଇଁ ଯେଉଁ ୧୧ ଓଡ଼ିଆ ପୋଲିସ କର୍ମଚାରୀଙ୍କୁ ମନୋନୀତ କରାଯାଇଛି ସେମାନେ ହେଲେ, ସେଣ୍ଟ୍ରାଲ୍ ରେଂଜ ପୋଲିସ ଆଇଜି ନରସିଂହ ଭୋଳ, ଯାଜପୁର ଏଏସ୍ପି ଜୟରାମ ଶତପଥୀ, ଡେପୁଟି କମାଣ୍ଡାଣ୍ଟ ଏସ୍ଓଜି ଏସ୍ଆଇଡବ୍ଲ୍ୟୁ ଅଶୋକ କୁମାର ସାହୁ, କଟକ ଏସିପି ଅମରେନ୍ଦ୍ର ପଣ୍ଡା, ବରଗଡ଼ ଡିଏସ୍ପି ପ୍ରଦୀପ କୁମାର ସାହୁ, ସମ୍ବଲପୁର ଡିଏସ୍ପି ତପନ କୁମାର ମହାନ୍ତି, ଭବାନୀପାଟଣା ଡିଭିଜନ ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦ, ଭୁବନେଶ୍ବର ଇଓଡବ୍ଲ୍ୟୁ ଏସ୍ଆଇ ସୁକାନ୍ତ କୁମାର ମହାନ୍ତି, ହାବିଲଦାର ସାହିକ ଅବିର, କନେଷ୍ଟବଳ ଭଗବାନ ସାହୁ ଓ ସିପାହି ବିଶ୍ବାକର୍ମା ମୁଣ୍ଡା।
ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୭ ଜଣଙ୍କୁ ହୋମ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ପଦକ ପ୍ରଦାନ କରାଯିବ। ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀ ସମରେଶ ସାମଲ ଓ ଭିକାରୀ ଚରଣ ସାହୁ, ହୋମଗାର୍ଡ ମଧୁସୂଦନ ପଣ୍ଡା, ଆନନ୍ଦମଣି ତୁତି ଓ ନିରାକାର ପଲେଇ, କମ୍ପାନି କମାଣ୍ଡର ଲକ୍ଷଣ କାଲୋ ଏବଂ ହୋମଗାର୍ଡ ପ୍ଲାଟୁନ୍ କମାଣ୍ଡର ନିର୍ମଳ କୁମାର ଦାସ ପଦକ ପାଇବେ। ସେହିଭଳି ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ପଦକ ପାଇଁ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ସାହସିକତା ପଦକ ପାଇଁ ଫାୟାରମ୍ୟାନ୍ ଜୟନ୍ତ କୁମାର ନାୟକ, ଅକ୍ଷୟ ବେହେରା, କେ. ଶ୍ରୀଚନ୍ଦନ ପରିଡ଼ା ଓ ତପନ କୁମାର ବେହେରାଙ୍କ ନାମ ଘୋଷଣା କରାଯାଇଛି। ଉଲ୍ଲେଖନୀୟ ସେବା ପଦକ ପାଇବେ ଡେପୁଟି ଫାୟାର୍ ଅଫିସର୍ ସତ୍ୟପିର ବେହେରା ଓ ହାବିଲଦାର ମେଜର ରୁପଇ ଚରଣ ମାଝି। ଜେଲ ସଂସ୍କାର ଜନିତ ଉଲ୍ଲେଖନୀୟ ସେବା ପାଇଁ ଜେଲର ବିକାଶ ଚନ୍ଦ୍ର ସାହୁ, ଆସିଷ୍ଟାଣ୍ଟ୍ ଜେଲର ରାମଚନ୍ଦ୍ର ବେହେରା ଓ ସବ୍ ଆସିଷ୍ଟାଣ୍ଟ୍ ଜେଲର ଇନ୍ଦ୍ରଜିତ ରାଉତଙ୍କୁ ‘କରେକସନାଲ୍ ସର୍ଭିସ ମେଡାଲ୍’ ପାଇଁ ମନୋନୀତ କରାଯାଇଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।