କୋଲକାତା : ସୋମବାର ସକାଳେ ମୁର୍ସିଦାବାଦ ଜିଲ୍ଲା ଶକ୍ତିପୁର ଅଞ୍ଚଳର କୁମରିପୁର ଗ୍ରାମରେ ବୋମା ତିଆରି କରୁଥିବା ବେଳେ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ତିନିଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ପଡ଼ୋଶୀ ମାଲଦା ଜିଲ୍ଲାରେ ସମାନ ଘଟଣାର ୪୮ ଘଣ୍ଟା ମଧ୍ୟରେ ଏହି ଘଟଣା ଘଟିଛି। ରବିବାର ସକାଳେ ମାଲଦାର ମାଣିକଚକ ଅଞ୍ଚଳରେ ବୋମା ତିଆରି କରୁଥିବାବେଳେ ବିସ୍ଫୋରଣ ହୋଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ଗୋପାଳପୁର ଗାଁର ଆମ୍ବ ବଗିଚା ନିକଟରେ ଏହି ବିସ୍ଫୋରଣ ଘଟିଥିଲା।
ବୋମା ଭିଡ଼ିବାବେଳେ ୨ ମୃତ
/sambad/media/post_attachments/wp-content/uploads/2022/03/blast1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)