ଜାପାନରେ ତାପା ସାମୁଦ୍ରିକ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି, ଚଳିତ ବର୍ଷ ଏପର୍ଯ୍ୟନ୍ତ ଜାପାନରେ ୧୭ ଟି ବାତ୍ୟା ଆସିଲାଣି

ଟୋକିଓ : ଜାପାନ ଉପକୂଳ ଆଡକୁ ମାଡିଆସୁଛି ଭୟଙ୍କର ସାମୁଦ୍ରିକ ଝଡ ବା ଟାଇଫୁନ ତାପା । ଏହା ଫଳରେ ଜାପାନର ଦକ୍ଷିଣାଞ୍ଚଳରେ ଥିବା ଓକିନାଓ୍ଵା ଦ୍ୱୀପରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଏହା ଫଳରେ ଜୀବନହାନୀ ହୋଇନଥିଲେ ମଧ୍ୟ ପ୍ରାୟ ୧୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏହି ବାତ୍ୟା ଫଳରେ ଓକିନାଓ୍ଵା ମ୍ୟୁନିସିପାଲିଟିରେ ପ୍ରାୟ ୨୮,୫୦୦ ଟି ଘର କ୍ଷତିଗସ୍ତ ହୋଇଛି ଓ ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଏହି ବାତ୍ୟା ଫଳରେ ୨୦୪ଟି ଫ୍ଲାଇଟ କୁ ବାତିଲ କରାଯାଇଛି ।

ଏହି ବାତ୍ୟାଫଳରେ ଜାପାନରେ ଅନୁଷ୍ଠିତ ହେଉଥିବା ରଗବୀ ବିଶ୍ୱକପ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଆସନ୍ତା କାଲି ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାବେଳେ ପବନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟରକୁ ଛୁଇଁବାର ସମ୍ଭାବନା ରହିଛି । ଏହି ବାତ୍ୟାର ପ୍ରଭାବ କୋରିଆ ଉପଦ୍ୱୀପ ଉପରେ ମଧ୍ୟ ପଡିବା ଆରମ୍ଭ କରିଛି । ଜାପାନରେ ନିୟମିତ ବ୍ୟବଧାନରେ ସାମୁଦ୍ରିକ ବାତ୍ୟା, ଭୂମିକମ୍ପ ଆଦି ଦେଖାଦେଇଥାଏ । ତାପା ଟାଇଫୁନଟି ଚଳିତ ସିଜିନର ୧୭ ତମ ବାତ୍ୟା ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର