ରାସ୍ତାରେ ଲାଗିଲା ‘ଟାୟର କିଲର୍ସ’: ଏଣିକି ଭୁଲ ଦିଶାରେ ଗଲେ ଗାଡ଼ି ହେବ ପଙ୍କଚର୍‌

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଟ୍ରାଫିକ୍‌ ନିୟମର ଉଲଂଘନ କରୁଥିବା ଚାଳକଙ୍କ ପାଇଁ ପରିବହନ ବିଭାଗ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଅାଯାଇଛି । ପୁଣେରେ ରାସ୍ତାରେ  ଭୁଲ ଦିଶାରେ (ଓଲଟା ଦିଗରେ) ଗାଡ଼ି ଚଳାଉଥିବା ଚାଳକମାନଙ୍କ ପାଇଁ ସଡ଼କରେ ‘ଟାୟର କିଲର୍ସ’ ଲଗାଯାଇଛି।

ସଡ଼କରେ ଲଗା ଯାଇଥିବା ‘ଟାୟର କିଲର୍ସ’ର ବିଶେଷତ୍ୱ ହେଉଛି  ଏହା ସଠିକ୍‌ ଦିଗରେ ଆସୁଥିବା ଗାଡ଼ି ଚାଳକଙ୍କ ପାଇଁ ସ୍ପିଡ୍‌ ବ୍ରେକର୍‌ ଭାବେ କାମ କରିବ। ଅପର ପକ୍ଷରେ  ଭୁଲ ଦିଶାରେ  (ଓଲଟା ଦିଗରେ) ଯାଉଥିବା ଚାଳକଙ୍କ ଗାଡ଼ି ପଙ୍କଚର୍‌ ହୋଇଯିବ।

ପୁଣେର ଅମାନୋରା ପାର୍କ ଟାଉନ୍‌ ଅଞ୍ଚଳରେ ଲଗାଯାଇଥିବା ଏହି ଟାୟର କିଲର୍ସ ଜରିଆରେ ଟ୍ରାଫିକ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇଥିବା କଥା କୁହାଯାଉଛି। ସୋସିଆଲ ମିଡିଆରେ ଏହାର କିଛି ଫଟୋ ସେୟାର ହେବା ପରେ କେତେକ ଲୋକ ଏହାକୁ ନେଇ ପ୍ରତିକ୍ରିୟା ଦେଖାଇ କହିଛନ୍ତି, କୌଣସି ଦୁର୍ଘଟଣା ପରିସ୍ଥିତିରେ ଲୋକମାନଙ୍କୁ ଯିବା ଆସିବାରେ ଅସୁବିଧା ପରିଲକ୍ଷିତ ହେବ। ଏଥିସହିତ ଏହି ଟାୟର କିଲର୍ସ ଦ୍ୱାରା ଲୋକମାନଙ୍କ ଜୀବନ ମଧ୍ୟ ଚାଲି ଯାଇପାରେ। ଏମିତିରେ ପରିବହନ ବିଭାଗକୁ ଏହି ସ୍ଥାନରେ ଟାୟର କିଲର୍ସ ପରିବର୍ତ୍ତେ ଅନ୍ୟ କିଛି ବିକଳ୍ପ ଚିନ୍ତା କରିବା ଉଚିତ।

 

ସମ୍ବନ୍ଧିତ ଖବର