ୱସିଂଟନ: ମହାମାରୀ କରୋନାଭୂତାଣୁ ଏହାର ପ୍ରକୋପ ଦିନକୁ ଦିନ ବିଶ୍ବବ୍ୟାପୀ ବୃଦ୍ଧି କରିଚାଲିଥିବା ବେଳେ ଏହାକୁ କାବୁ କରିବାରେ ସାମାନ୍ୟତମ ଉପାୟ ମଧ୍ୟ ବାହାରିପାରିନାହିାଁ ତେବେ ଆମେରିକୀୟ ବିଶେଷଜ୍ଞମାନଙ୍କ ଉକ୍ତିକୁ ଉଦ୍ଧାର କରି ଗୁରୁବାର ଜଣେ ଅଧିକାରୀ ଦେଇଥିିବା ବିବୃତି ହିଁ କରୋନାଜନିତ କୋକୁଆଭୟରୁ ସାମାନ୍ୟ ଆଶ୍ବସ୍ତି ଆଣିଛିା ସୂର୍ଯ୍ୟାଲୋକ ସମେତ ଅଧିକ ଉତ୍ତାପ ଓ ଆର୍ଦ୍ରତାବିଶିଷ୍ଟ ପରିବେଶରେ କରୋନାଭୂତାଣୁୁମାନେ ଖୁବ୍ ଶୀଘ୍ର ଦୁର୍ବଳ ହୋଇପଡି଼ଥାନ୍ତ ବୋଲି ଆଜି ସକାଳେ ଆମେରିକାର ରାଷ୍ଟ୍ରପତି ଭବନରେ ସାମ୍ବାଦିକମାନଙ୍କୁ କରୋନା ସ୍ଥିତି ସମ୍ପର୍କରେ ମତାମତ ରଖିଲା ବେଳେ ସ୍ବରାଷ୍ଟ୍ର ବିଭାଗ ଅଧିକାରୀ ଓ୍ବିଲିଅମ୍ ବ୍ର୍ୟାନ୍ କହିଛନ୍ତି। ଆମେରିକାର ସରକାରୀ ଗବେଷକମାନଙ୍କ ଅନୁଧ୍ୟାନ ଅନୁଯାୟୀ, କରୋନାଭୂତାଣୁମାନେ ଘର ଭିତରେ ଶୁଷ୍କ ପରିବେଶରେ ଏବଂ ଅପେକ୍ଷାକୃତ କମ୍ ତାପମାତ୍ରାରେ ଅନାୟାସରେ ବଡ଼ିଥାଆନ୍ତିା ଅପରପକ୍ଷେ, ଅଧିକ ତାପମାତ୍ରା ଏବଂ ଆର୍ଦ୍ର ଜଳବାୟୁରେ ସେମାନେ ନିଜର ପ୍ରକୋପ ହରାଇ ବସିଥାନ୍ତିା ଏପରିକି ସିଧା ସଳଖ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସିଲେ ସେମାନଙ୍କର ମୃତ୍ୟୁହାର କ୍ଷିପ୍ର ବୋଲି ଏହି ଗବେଷକମାନଙ୍କ ମତା ଅନ୍ଧାରୁଆ ଏବଂ ସ୍ବଳ୍ପାର୍ଦ୍ର ପରିବେଶରେ ଥିବା ଷ୍ଟେନ୍ଲେସ ଷ୍ଟିଲ୍ ପରି ଛିଦ୍ରହୀନ ସମତଳରେ କରୋନାଭୂତାଣୁମାନେ ନିଜର ଅଧାବଳ ବା ଅଧାଜୀବନ ହରାଇବାକୁ ୧୮ ଘଣ୍ଟା ଲାଗୁଥିବା ବେଳେ ଅଧିକ ଆର୍ଦ୍ର ପରିବେଶରେ ସେଥିପାଇଁ ୬ ଘଣ୍ଟା ଲାଗିଥାଏ ଏବଂ ସିଧା ସଳଖ ସୂର୍ଯ୍ୟାଲୋକରେ ସେଥିପାଇଁ ମାତ୍ର ଦୁଇ ମିନିଟ୍ ସମୟ ଲାଗିଥାଏ ବୋଲି ବ୍ର୍ୟାନ୍ କହିଛନ୍ତିା ସୁତରାଂ ଏପରି ନିର୍ଯାସ ହିଁ ଉତ୍ସାହୀ ଚିକିତ୍ସାବିତ୍ମାନଙ୍କ ମନରେ ଅପୂର୍ବ ଆଶା ସଂଚାର କରିଛିା ଅପରପକ୍ଷେ, ସିଙ୍ଗାପୁର ଭଳି ଉଷ୍ଣ ଜଳବାୟୁବିଶିଷ୍ଟ ସିଙ୍ଗାପୁର ଭଳି ସ୍ଥାନରେ ଏହି କରୋନାଭୂତାଣୁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥିବା ଘଟଣା ମଧ୍ୟ ଆମେରିକୀୟ ଗବେଷକଙ୍କ ସିଦ୍ଧାନ୍ତରେ ପ୍ରଶ୍ନବାଚୀ ଲଗାଇଛିା ଆମେରିକା ଏବେ କରୋନା ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଟିକାର ଖୁବ୍ଶୀଘ୍ର ମାନବ ପରୀକ୍ଷଣ ଆରମ୍ଭ କରିବ ବୋଲି ମଧ୍ୟ ଆଜି ସୂଚନା ଦେଇଛି।
ଆମେରିକୀୟ ବିଶେଷଜ୍ଞଙ୍କ ଦାବି, ସୂର୍ଯ୍ୟାଲୋକ-ଉତ୍ତାପ-ଆର୍ଦ୍ରତା ଭୂତାଣୁକୁ ଦୁର୍ବଳ କରାଏ
/sambad/media/post_attachments/wp-content/uploads/2020/04/corona-vi-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)