ସାନ୍ ଫ୍ରାନ୍ସିସକୋ : ସାମାଜିକ ଗଣମାଧ୍ୟମ ପାଇଁ ଏକ ପରୀକ୍ଷା ଭାବେ ବିବେଚିତ ହେଉଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ପରେ ଦେଶରେ ନାଗରିକ ଅଶାନ୍ତି ବା ଅସ୍ଥିରତା ଦେଖାଦେବ ବୋଲି ଅନ୍ୟତମ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ 'ଫେସ୍ବୁକ୍' ମୁଖ୍ୟ ମାର୍କ ଜୁକେରବର୍ଗ ସତର୍କ କରାଇ ଦେଇଛନ୍ତି। ଚାରି ବର୍ଷ ତଳେ ବିଗତ ନିର୍ବାଚନରେ ଦେଖିବାକୁ ମିଳିଥିବା ଯାବତୀୟ ନକାରାତ୍ମକ ଘଟଣାବଳୀକୁ ଚଳିତବର୍ଷ ଦୂରେଇ ରଖିବା ଲାଗି ବଦ୍ଧପରିକର ହୋଇଥିବା ଅଗ୍ରଣୀ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ସୂଚନାକୁ ରୋକିବା ପାଇଁ ବିଶେଷ ପଦକ୍ଷେପ ନିଆଯାଉଛି। ବିଶେଷ କରି ଗଣମାଧ୍ୟମରେ ପ୍ରଦର୍ଶିତ ପ୍ରାୟୋଜିତ ରାଜନୈତିକ ବିଜ୍ଞାପନ ପ୍ରସଙ୍ଗରେ ସେ ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି।
ସୂଚନା ଥାଉ କି, କିଛି ଦିନ ତଳେ ଫେସବୁକ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସପକ୍ଷରେ ପରିବେଷିତ ଏକ ବିଜ୍ଞାପନ ଅନ୍ୟମାନଙ୍କ ନିର୍ବାଚନ ପ୍ରଚାରକୁ ନ୍ୟୂନ କରିଦେଇଛି ବୋଲି ବିରୋଧୀମାନେ ଅଭିଯୋଗ ଆଣିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ଗୌଣ ନକରିବା ପାଇଁ ଫେସବୁକ୍ ପକ୍ଷରୁ କୌଣସି ପ୍ରକାର ବିଜ୍ଞାପନ ପରିବେଷଣ ନ କରିବା ସଂକ୍ରାନ୍ତ ନୀତିନିୟମକୁ କଠୋର କରାଯାଇଥିଲେ ମଧ୍ୟ ଏ ପ୍ରକାର ବିଜ୍ଞାପନକୁ କେନ୍ଦ୍ର କରି ବିବାଦ ଦେଖାଦେଇଛି। ଅପରପକ୍ଷେ, ଆମେରିକାରେ ନିର୍ବାଚନ ପ୍ରକ୍ରିୟା ଜଟିଳ ହେବା ସହ ନିର୍ବାଚନ ସରିବା ପରେ ମଧ୍ୟ ଫଳାଫଳ ମିଳିବାକୁ କିଛି ଦିନ ବା କିଛି ସପ୍ତାହ ବିତିଯିବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ଏଭଳି ସ୍ଥିତିରେ ଦେଶରେ ନାଗରିକ ଅସ୍ଥିରତା ଦେଖାଦେବାର ଆଶଙ୍କା ରହିଛି ବୋଲି ଜୁକେରବର୍ଗ ଚେତାଇଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/mark-zuckerberg.jpg)