ଆମେରିକା ନୌସେନାର ଲେଜର ଅସ୍ତ୍ର ପରୀକ୍ଷଣ

ନ୍ୟୁୟର୍କ: ଆମେରିକାର ଯୁଦ୍ଧଜାହାଜ ୟୁଏସ୍‌ଏସ୍‌ ପୋର୍ଟଲ୍ୟାଣ୍ଡ (ଏଲ୍‌ପିଡି-୨୭) ଏକ ଅତି ଶକ୍ତିଶାଳୀ ଲେଜର ଅସ୍ତ୍ରର ପରୀକ୍ଷଣ କରିଛି। ଏହି ଲେଜର ଅସ୍ତ୍ର ଆକାଶମାର୍ଗରେ ଯେକୌଣସି ଯୁଦ୍ଧ ବିମାନକୁ ଧ୍ବଂସ କରିଦେଇପାରିବ ବୋଲି ଆମେରିକା ନୌସେନା ଦାବି କରିଛି। ୟୁଏସ୍‌ଏସ୍‌ ପୋର୍ଟଲ୍ୟାଣ୍ଡ (ଏଲ୍‌ପିଡି-୨୭) ଲେଜର ଅସ୍ତ୍ର ମାଧ୍ୟମରେ ଆକାଶ ମାର୍ଗରେ ଥିବା ଏକ ମାନବବିହୀନ ବିମାନକୁ ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇଥିଲା। ପ୍ରଶାନ୍ତ ମହାସାଗରର ହାୱାଇ ଦ୍ବୀପର ପର୍ଲ ହାର୍ବରରୁ ୟୁଏସଏସ ପୋର୍ଟଲ୍ୟାଣ୍ଡ ସଲିଡ ଷ୍ଟେଟ୍‌ ଲେଜର ଟେକ୍ନୋଲୋଜି ମାଚୁରେସନ ଲେଜର ୱେପନ ସିଷ୍ଟମ ଡେମନଷ୍ଟ୍ରେଟର ଜରିଆରେ ଆକାଶରେ ଥିବା ମାନବବିହୀନ ବିମାନକୁ ସଫଳତାର ସହ ଲକ୍ଷ୍ୟ ଭେଦ କରିପାରିଥିଲା। ମହାସାଗରରୁ ଆକାଶରେ ଥିବା ବିମାନକୁ ଲେଜର ଅସ୍ତ୍ର ମାଧ୍ୟମରେ ସଫଳତାର ସହ ଲକ୍ଷ୍ୟ ଭେଦ କରାଯାଇ ପାରିଥିବାରୁ ୟୁଏସଏସ ପୋର୍ଟଲ୍ୟାଣ୍ଡ କମାଣ୍ଡିଂ ଅଫିସର କ୍ୟାପ୍‌ଟେନ କ୍ୟାରିସ୍ୟାଣ୍ଡର୍ସ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର