ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ୪୦ ଦିନରୁ କମ୍ ସମୟ ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ମଧ୍ୟରେ କଡ଼ା ମୁକାବିଲାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ ଭୋଟରଙ୍କ ନିକଟତର ହେବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ନଭେମ୍ବର ୩ରେ ମତଦାନ ପୂର୍ବରୁ ଟ୍ରମ୍ପ୍ ଏବଂ ବାଇଡେନ୍ଙ୍କ ମଧ୍ୟରେ ତିନିଟି ବଡ଼ ବିତର୍କ ହେବାକୁ ସ୍ଥିର ହୋଇଛି। ଏହି ବିତର୍କ ମାଧ୍ୟମରେ ଦୁଇ ପ୍ରାର୍ଥୀ ମୁହାଁମୁହିଁ ହେବେ। ସେପ୍ଟେମ୍ବର ୨୯ରେ ଓହିଓର କ୍ଲିଭଲ୍ୟାଣ୍ଡର ୱେଷ୍ଟର୍ଣ୍ଣ ରିଜର୍ଭ ୟୁନିଭର୍ସିଟିଠାରେ ଟ୍ରମ୍ପ୍ ଏବଂ ବାଇଡେନ୍ଙ୍କ ମଧ୍ୟରେ ପ୍ରଥମ ବିତର୍କ ଅନୁଷ୍ଠିତ ହେବ। ଏହି ବିତର୍କ ୯୦ ମିନିଟ୍ କାଳ ଧରି ଚାଲିବ। ଏହାପରେ ଅକ୍ଟୋବର ୧୫ରେ ଫ୍ଲୋରିଡାରେ ଦ୍ବିତୀୟ ପର୍ଯ୍ୟାୟ ବିତର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅକ୍ଟୋବର ୨୨ରେ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଟେନେସିରେ ଚୂଡ଼ାନ୍ତ ବିତର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ବିତର୍କ ମଧ୍ୟ ୯୦ ମିନିଟ୍ ଧରି ହେବ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ-୨୦୨୦: ଟ୍ରମ୍ପ୍ ଓ ବାଇଡେନ୍ଙ୍କ ମଧ୍ୟରେ ହେବ ୩ଟି ବିତର୍କ କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2020/09/trumo-and-biden.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)