ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଜୋ ବାଇଡେନ୍ ଜଣେ ଦୁର୍ନୀତିଗ୍ରସ୍ତ ରାଜନେତା ଯିଏ କି ୪୭ ବର୍ଷ ଧରି ଆମେରିକା ପ୍ରତି ବିଶ୍ବାସଘାତକତା କରି ଆସିଛନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି। ମିନେସୋଟାସ୍ଥିତ ରୋଚ୍ଷ୍ଟରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ଟ୍ରମ୍ପ୍ କହିଛନ୍ତି, ବାଇଡେନ୍ କ୍ଷମତାଲୋଭୀ, ଦୁର୍ନୀତିଗ୍ରସ୍ତ ଓ ନିଷ୍ଠୁର ସ୍ବଭାବର ରାଜନେତା। ବିଶ୍ବାସଘାତକତା ଛଡ଼ା ସେ ଆଉ କିଛି ଜାଣନ୍ତି ନାହିଁ। ସେ ତୁମକୁ ଆଖି ପୂରାଇ ଦେଖିବେ ଏବଂ ବୁଲିଯାଇ ପଛପଟୁ ଛୁରିକାଘାତ କରିବେ ବୋଲି ଟ୍ରମ୍ପ୍ କହିଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପ୍ ବାଇଡେନ୍ଙ୍କଠାରୁ ପାଞ୍ଚ ପ୍ରତିଶତ ପଏଣ୍ଟ ପଛରେ ଅଛନ୍ତି। ତେବେ ଆସନ୍ତା ନଭେମ୍ବର ୩ରେ ତାଙ୍କୁ ପୁନର୍ବାର ରାଷ୍ଟ୍ରପତି ନିର୍ବାଚିତ କରିବାକୁ ଟ୍ରମ୍ପ୍ ଆହ୍ବାନ ଜଣାଇଛନ୍ତି। ବାଇଡେନ୍କୁ ପରାସ୍ତ କରିବା ସହ ଆମେରିକାର ସ୍ବାଧୀନତାକୁ ମୁକ୍ତ ରଖିବାକୁ ଟ୍ରମ୍ପ୍ ଆହ୍ବାନ ଜଣାଇଛନ୍ତି।
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବାଇଡେନ୍ ଦୁର୍ନୀତିଗ୍ରସ୍ତ, ୪୭ ବର୍ଷ ଧରି ଆମେରିକାକୁ ପ୍ରତାରିତ କରିଛନ୍ତି: ଟ୍ରମ୍ପ୍
/sambad/media/post_attachments/wp-content/uploads/2020/10/joe-biden-trump.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)