ଚୀନ୍‌ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଉଡ଼ାଣ ବାତିଲ କରିବ ଆମେରିକା

ୱାସିଂଟନ୍ : ଆମେରିକା ଚୀନ୍‌ ଏୟାରଲାଇନ୍‌ର ସମସ୍ତ ଯାତ୍ରିବାହୀ ବିମାନ ଉଡ଼ାଣକୁ ବାତିଲ କରିବ। ଚୀନ୍‌ରୁ ଆମେରିକାକୁ ଏବଂ ଆମେରିକାରୁ ଚୀନ୍‌କୁ ସମସ୍ତ ଯାତ୍ରିବାହୀ ବିମାନ ଉଡ଼ାଣ ଆସନ୍ତା ଜୁନ୍‌ ୧୬ ତାରିଖରୁ ବାତିଲ ହେବ। ଆମେରିକା ପରିବହନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଚୀନ୍‌କୁ ଆମେରିକୀୟ ବିମାନ ଉଡ଼ାଣ ପାଇଁ ଅନୁମତି ଦେବାରେ ଚୀନ୍‌ ବିଫଳ ହେବାରୁ ଆମେରିକା ପରିବହନ ବିଭାଗ ପକ୍ଷରୁ ଚୀନ୍‌ ଏୟାର‌ଲାଇନ୍ସର ଯାତ୍ରିବାହୀ ବିମାନ ବାତିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି।

ଆମେରିକା କ୍ୟାରିୟର ପକ୍ଷରୁ ଜୁନ୍‌ ୧ ତାରିଖରୁ ଯାତ୍ରିବାହୀ ବିମାନ ଚଳାଚଳ ଆରମ୍ଭ କରିବାପାଇଁ ସ୍ଥିର ହୋଇଥିଲା କିନ୍ତୁ ଚୀନ୍‌ ସରକାର ଆମେରିକାର ଏହି ନିଷ୍ପତ୍ତି ଏବଂ ଅନୁରୋଧକୁ ସ୍ବିକୃତୀ ଦେବାରେ ବିଫଳ ହେବାରୁ ଆମେରିକା ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ଚୀନ୍‌ର ଏହି କାର୍ଯ୍ୟ ବାୟୁ ପରିବହନ ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ଆମେରିକା ପରିବହନ ବିଭାଗ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ତେବେ ଏହା ଜୁନ୍‌ ୧୬ ତାରିଖରୁ କାର୍ଯ୍ୟକାରୀ ହୋବକୁ ଥିଲେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ୍‌ ଚାହିଲେ ଏହାକୁ ଜୁନ୍‌ ୧୬ ପୂର୍ବରୁ କାର୍ଯ୍ୟକାରୀ କରିପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର