୭୦୦ କୋଟିର ସହାୟତା ଦେବ ୟୁଏଇ

ଥିରୁଅନନ୍ତପୁରମ୍‌: ବନ୍ୟାଗ୍ରସ୍ତ କେରଳରେ ଏବେ ବିପଦ ଟଳିଛି। ବର୍ଷା ଛାଡ଼ି ଯାଇଛି। ଜଳସ୍ତର ବି କମିଛି। ଲୋକମାନେ ଏବେ ଘରକୁ ଫେରୁଛନ୍ତି। କିନ୍ତୁ ରାଜ୍ୟରେ ଏବେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ପ୍ରଚୁର ପରିମାଣରେ ଅର୍ଥ ଆବଶ୍ୟକ। ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ଏବେ କେରଳକୁ ୭୦୦ କୋଟି ଟଙ୍କାର ସହାୟତା ରାଶି ଦେବ ବୋଲି ପ୍ରସ୍ତାବ ଦେଇଛି। ୟୁଏଇ ୭୦୦ କୋଟି ଟଙ୍କାର ସହାୟତା ରାଶି ଦେବା ନେଇ ପ୍ରସ୍ତାବ ଦେଇଥିବା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର