ଇସ୍ଲାମାବାଦ: ୟୁନାଇଟେଡ୍ ଆରବ ଏମିରେଟସ୍ ( ୟୁଏଇ) ବୁଧବାର ଦିନ ପାକିସ୍ତାନ ଏବଂ ଅନ୍ୟ ୧୧ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନୂତନ ଭିସା ପ୍ରଦାନକୁ ସାମୟିକ ଭାବେ ସ୍ଥଗିତ ରଖିଛି। ଏ ନେଇ ୟୁଏଇର ବୈଦେଶିକ ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ-୧୯ର ଦ୍ୱିତୀୟ ଲହରୀକୁ ଆଖି ଆଗରେ ରଖି ୟୁଏଇ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଜାହିଦ୍ ହାଫିଜ ଚୌଧରୀ।
DNA Indiaସେ କହିଛନ୍ତି ଯେ, ପାକିସ୍ତାନ ସମେତ ୧୨ଟି ଦେଶ ପାଇଁ ପରବର୍ତ୍ତୀ ଘୋଷଣା ନ ହେବା ପର୍ଯ୍ୟନ୍ତ ୟୁଏଇ ନୂତନ ଗସ୍ତ ଭିସା ପ୍ରଦାନକୁ ସାମୟିକ ଭାବେ ସ୍ଥଗିତ ରଖିଛି । ତେବେ ପୂର୍ବରୁ ଦିଆଯାଇଥିବା ଭିସା ଉପରେ ଏହି ନିୟମ ଲାଗୁ ହେବ ନାହିଁ । ସାମୟିକ ସ୍ଥଗିତ ଦ୍ୱାରା କେତେ ବର୍ଗର ଭିସା ପ୍ରଭାବିତ ହେବ ତାହା ସ୍ପଷ୍ଟ ହୋଇନାହିଁ। ୟୁଏଇରେ ବ୍ୟବସାୟ, ପର୍ଯ୍ୟଟନ, ଗମନାଗମନ ଏବଂ ଛାତ୍ର ସମେତ ବିଭିନ୍ନ ଭିସା ବର୍ଗ ରହିଛି | ପାକିସ୍ତାନ ସହ ତୁର୍କୀ, ଇରାନ, ୟେମେନ, ସିରିଆ, ଇରାକ, ସୋମାଲିଆ, ଲିବିୟା, କେନିଆ ଏବଂ ଆଫଗାନିସ୍ତାନକୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-235.jpg)