ଭାରତର  ଆକାଶ କ୍ଷେପଣାସ୍ତ୍ର ସିଷ୍ଟମକୁ କିଣିବ ୟୁନାଇଟେଡ ଆରବ ଏମିରେଟ୍ସ

ନୂଆଦିଲ୍ଲୀ : ଭାରତର  ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପକରାଯାଉଥିବା ମିସାଇଲ ସିଷ୍ଟମ  ଆକାଶ କ୍ଷେପଣାସ୍ତ୍ରକୁ କିଣିବାକୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆଗ୍ରହ ପ୍ରକାଶ କରିଛି । ନିକଟରେ ୟୁଏଇର ଏକ ଉଚ୍ଚ ସ୍ତରୀୟ ପ୍ରତିରକ୍ଷା ପ୍ରତିନିଧିମଣ୍ଡଳ ଭାରତ ଗ୍ରସ୍ତରେ ଆସିଥିଲା । ୟୁଏଇର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଅହମଦ ଅଲ ବୋଓ୍ଵାର୍ଡିଙ୍କ ନେତୃତ୍ୱରେ ଏହି ପ୍ରତିନିଧିମଣ୍ଡଳ ଆସିଥିଲା । ଏହି ଅବସରରେ ଡିଆରଡିଓ ପକ୍ଷରୁ  ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା  ମିସାଇଲ ସିଷ୍ଟମର ଦକ୍ଷତା ଓ ପ୍ରଦର୍ଶନ ବାବଦରେ ଏକ ପ୍ରେଜେଣ୍ଟେସନ  ଦିଆଯାଇଥିଲା । ଆକାଶର ପ୍ରଦର୍ଶନରେ ୟୁଏଇ ମନ୍ତ୍ରୀ ସନ୍ତୁଷ୍ଟ ଥିବା ଓ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାଯାଇଛି  ।

ଏହା ୨୫କିମି ଦୂରତାରେ ଲକ୍ଷ୍ୟଭେଦ କରିବାର କ୍ଷମତା ରହିବା ସହ ୫୫କେଜିର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ସୁପରସୋନିକ୍ କ୍ଷେପଣାସ୍ତ୍ର ହୋଇଥିବା ବେଳେ ଭାରତୀୟ ସେନାରେ ସାମିଲ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ କ୍ଷେପଣାସ୍ତ୍ର ଭାବେ ଏହାକୁ ଗଣାଯାଇଛି। ଶବ୍ଦର ଗତିଠାରୁ ଦ୍ରୁତ ଗତିରେ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି ।

ସମ୍ବନ୍ଧିତ ଖବର