ମୋଦୀଙ୍କୁ ଜୋରଦାର ସ୍ୱାଗତ କଲା ନୂପୁର ଶର୍ମାଙ୍କ ବୟାନକୁ ନେଇ ଆପତ୍ତି କରିଥିବା ୟୁଏଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପୂର୍ବତନ ରାଷ୍ଟ୍ରପତି ଶେଖ ଖାଲିଫା ବିନ ଜାଏଦ ଅଲ ନାହିନଙ୍କ ନିଧନରେ ଶୋକ ଜଣାଇବାକୁ ୟୁଏଇରେ ପହଞ୍ଚିଥିଲେ | ତେବେ ମୋଦୀଙ୍କୁ ୟୁଏଇ ବିମାନବନ୍ଦରରେ ଯେଭଳି ସ୍ୱାଗତ କରାଯାଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ମୋଦୀଙ୍କୁ ସ୍ୱାଗତ କରିବାକୁ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନ ବିମାନବନ୍ଦରରେ ପହଞ୍ଚିଥିଲେ ।

ଶେଖ ମହମ୍ମଦ ପ୍ରଧାନମନ୍ତ୍ରୀଙ୍କୁ ଗ୍ରହଣ କରିବାକୁ ବିମାନବନ୍ଦରରେ ରାଜ ପରିବାରର ବରିଷ୍ଠ ସଦସ୍ୟଙ୍କ ସହ ଉପସ୍ଥିତ ଥିଲେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଦାୟ ଦେବାକୁ ମଧ୍ୟ ଶେଖ ମହମ୍ମଦ ମଧ୍ୟ ବିମାନବନ୍ଦରକୁ ଆସିଥିଲେ। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚିଥିଲେ । ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ସହ ଆଲିଙ୍ଗନ କରିଥିଲେ । ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ନିକଟରେ ୟୁଏଇ ପେଗାମ୍ବର ମହମ୍ମଦଙ୍କ ଉପରେ ବିଜେପି ନେତା ନୁପୁର ଶର୍ମାଙ୍କ ବିବାଦୀୟ ବିବୃତ୍ତି ଉପରେ ଆପତ୍ତି କରିଥିଲା।

ଜର୍ମାନୀରେ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ପହଞ୍ଚିଥିଲେ। ଉଲ୍ଲେଖ ଥାଉ କି ଦୀର୍ଘ ଦିନର ଅସୁସ୍ଥତା ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପୂର୍ବତନ ରାଷ୍ଟ୍ରପତି ଶେଖ ଖଲିଫାଙ୍କର ମେ ୧୩ରେ ୭୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଜଣେ ମହାନ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତା ଭାବରେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ତାଙ୍କରି ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଛି।

ସମ୍ବନ୍ଧିତ ଖବର