ବିମାନ ବନ୍ଦରରୁ ଯିବା ପାଇଁ ଉବର କ୍ୟାବ୍‌ ବୁକ୍‌ କଲେ ଯୁବତୀ, କ୍ୟାବ୍‌ ପହଞ୍ଚିବାର ସମୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: କ୍ୟାବ୍‌ ସର୍ଭିସ ପ୍ରୋଭାଇଡର କମ୍ପାନି ଉବରକୁ କରିଥିବା ଭୁଲ ପାଇଁ ଏବେ ସୋସିଆଲ ମିଡିଆରେ ଟ୍ରୋଲିଂର ସାମ୍ନା କରିବାକୁ ପଡ଼ିଛି । ଜଣେ ବିଦେଶୀ ନାଗରିକ ଉବରକୁ ନେଇ ଅଭିଯୋଗ ଆଣିବା ପରେ ଲୋକେ କମ୍ପାନିକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

ସୂଚନା ମୁତାବକ, ଅଷ୍ଟ୍ରେଲିଆରେ ରହୁଥିବା ଶରେଲ କୁକ୍‌ ମୁମ୍ବାଇରେ ପହଞ୍ଚିବା ପରେ ଉବର କ୍ୟାବ୍‌ ବୁକ୍‌ କରିଥିଲେ । କ୍ୟାବ୍‌ ବୁକ୍‌ କରିବା ପରେ ଚାଳକର ବିମାନ ବନ୍ଦରରେ ପହଞ୍ଚିବାର ସମୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କ୍ୟାବ୍‌ଟି ବିମାନ ବନ୍ଦରରେ ପହଞ୍ଚିବା ପାଇଁ ଦୁଇ ଘଣ୍ଟା ସମୟ ଲାଗିବ ବୋଲି ଦେଖାଉଥିବା ଦେଖି ଶରେଲ କୁକ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ ସେ ଏହାର ସ୍କ୍ରିନ୍‌ସଟ୍‌ ନେଇ ନିଜର ଟୁଇଟ୍‌ର ଆକାଉଣ୍ଟରେ ସେୟାର କରିଥିଲେ ।

ଫଟୋ ଟୁଇଟ୍‌ କରି, ଉବର ଇଣ୍ଡିଆ, ଆପଣଙ୍କ ମୁଣ୍ଡ ଖରାପ ହୋଇ ଯାଇଛି କି? ଆପଣ ମୋ ପାଇଁ ଏମିତି ଚାଳକ ପଠାଇଛନ୍ତି, ଯିଏ ମୋ ଠାରୁ ୧୧୯ମିନିଟ୍‌ ଦୂରରେ ରହିଛି ବୋଲି ଲେଖିଥିଲେ ଶରେଲ କୁକ୍‌ । ଧୀରେ ଧୀରେ ଟୁଇଟ୍‌ଟି ଭାଇରାଲ ହେବା ପରେ ଲୋକେ ଉବର ସହ ଓଲା କ୍ୟାବ୍‌ କମ୍ପାନିକୁ ମଧ୍ୟ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ ।

ସମ୍ବନ୍ଧିତ ଖବର