ଉତ୍ତରାଖଣ୍ଡରେ ଲାଗୁ ହେବ ସମାନ ନାଗରିକ ସଂହିତା

ନୂଆଦିଲ୍ଲୀ :  ଉତ୍ତରାଖଣ୍ଡରେ ସମାନ ନାଗରିକ ସହିଂତା ଲାଗୁ କରାଯିବ ବୋଲି  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘୋଷଣା କରିଛନ୍ତି । ଏହାକୁ ଲାଗୁ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି । ଏପରି କରିବାରେ ଉତ୍ତରାଖଣ଼୍ଡ ଦେଶର ପ୍ରଥମ ରାଜ୍ୟ ହେବ ବୋଲି ସେ ଦାବି କରିଛନ୍ତି ।

ରାଜ୍ୟରେ ବିଜେପି ସରକାର ପୁଣି ନିର୍ବାଚିତ ହୋଇ କ୍ଷମତାସୀନ ହେବା ପରେ ଏହା ହେଉଛି ପ୍ରଥମ ମହତ୍ତ୍ବପୂର୍ଣ୍ଣ ସରକାରୀ ନିଷ୍ପତ୍ତି । ଗତ ବିଧାନସଭା ନିର୍ବାଚନରେ ବିଜେପି ଏନେଇ ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା ।

ଧାମିଙ୍କ ଏହି ଘୋଷଣାକୁ ବିଜେପି ପକ୍ଷରୁ ସ୍ବାଗତ କରାଯାଇଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଆରଆର ସିଂ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ । ଏହି ଆଇନ ଲାଗୁ କରିବାକୁ ଘୋଷଣା କରି ପୁଷ୍କର ସିଂ ଧାମି ନିଜର ପ୍ରତିଶ୍ରୁତି ରଖିଛନ୍ତି ।

ତେବେ ସମାନ ନାଗରିକ ସହିଂତା ଲାଗୁ କରିବାରେ ଉତ୍ତରାଖଣ଼୍ଡ ଦେଶର ପ୍ରଥମ ରାଜ୍ୟ ହେବ ବୋଲି ଧାମି ଦାବି କରୁଥିଲେ ବି ତାହା ସତ୍ୟ ନୁହେଁ । କାରଣ ଗୋଆ ପୂର୍ବରୁ ହିଁ ଏହି ଆଇନକୁ ଲାଗୁ କରିସାରିଛି । ଗୋଆରେ ଧର୍ମସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ପ୍ରକାରର ନିୟମ ଲାଗୁ ହେଉଛି ।

ସମ୍ବନ୍ଧିତ ଖବର