ଡେରାଡୁନ୍: ଉତ୍ତରାଖଣ୍ଡରେ ଖୁବ୍ ଶୀଘ୍ର ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ଲାଗୁ ହେବାକୁ ଯାଉଛି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ମୁଖ୍ୟମନ୍ତ୍ରୀ ଧାମୀ ଘୋଷଣା କରିଛନ୍ତି ଜାନୁଆରି ୨୦୨୫ରୁ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟ ସଚିବାଳୟରେ ଉତ୍ତରାଖଣ୍ଡ ନିବେଶ ଓ ଭିତ୍ତିଭୂମି ବିକାଶ ବୋର୍ଡ ୟୁଆଇଆଇଡିବିର ଏକ ବୈଠକ କରିଛନ୍ତି । 'ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ'ର ମୌଳିକ ଭାବନାକୁ ଅନୁସରଣ କରି ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ କୋଡ୍ ଆଇନ କାର୍ୟ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ସମାଜକୁ ଏକ ନୂଆ ଦିଗ ମିଳିବା ଦରକାର ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହି ଆଇନ ଦେବଭୂମିର ଜନସାଧାରଣ, ବିଶେଷ କରି ମହିଳା ଓ ଶିଶୁଙ୍କ ସଶକ୍ତୀକରଣ ପାଇଁ ନୂଆ ଦ୍ୱାର ଖୋଲିବ ବୋଲି ମୁଖମନ୍ତ୍ରୀ କହିଥିଲେ । ଆମ ସଂକଳ୍ପ ଅନୁଯାୟୀ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବା ପାଇଁ ରାଜ୍ୟ ସରକାର କାର୍ଯ୍ୟ ଶେଷ କରିଛନ୍ତି । ୨୦୨୨ ମାର୍ଚ୍ଚରେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ କ୍ୟାବିନେଟର ପ୍ରଥମ ବୈଠକରେ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/19/O2NzbMkyMHWvgfw1WwK0.jpg)
