ନାନାବତି ହସ୍ପିଟାଲର ପ୍ରଶଂସା କରି ସରକାରଙ୍କୁ ବିରୋଧ କରୁଛନ୍ତି ଅମିତାଭ: ୟୁସିପି ସଭାପତି

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନ କରୋନା ଆକ୍ରା‌ନ୍ତ ହୋଇ ମୁମ୍ବାଇର ନାନାବତି ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଏହି ସମୟରେ ସେ ହସ୍‌ପିଟାଲ୍‌ର ଉଚ୍ଚମାନର ଚିକିତ୍ସା ପଦ୍ଧତି ତଥା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶଂସା କରି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ଏହାକୁ ଜୋର୍‌ଦାର ବିରୋଧ କରି ୟୁନାଇଟେଡ୍‌ କଂଗ୍ରେସ ପାର୍ଟିର (ୟୁସିପି) ରାଷ୍ଟ୍ରୀୟ ସଭାପତି ପଣ୍ଡିତ ସୁନିଲ ଶୁକ୍ଲା ନାନାବତି ହସ୍‌ପିଟାଲ ଓ ଅମିତାଭ ବଚ୍ଚନଙ୍କ ବିରୋଧରେ କେତେକ ତଥ୍ୟ ସାମାଜିକ ଗଣମାଧ୍ୟମରେ ରଖିଛନ୍ତି।

ସେ କହିଛନ୍ତି, ଅମିତାଭ କେବଳ ଜଣେ ଅଭିନେତା ନୁହନ୍ତି ଜଣେ ପୁଞ୍ଜି ନିବେଶକ ମଧ୍ୟ। ରେଡିଏଣ୍ଟ୍‌ ଗ୍ରୁପ୍‌ ଅଧୀନରେ ରହିଛି ନାନାବତି ହସ୍‌ପିଟାଲ୍‌। ଏହି ଗ୍ରୁପ୍‌ର ସେୟାର ହୋଲଡର୍‌ ହେବା ସହ ଏହାର ବୋର୍ଡର ବି ସଦସ୍ୟ ଅଟନ୍ତି ଅମିତାଭ ବଚ୍ଚନ। ଏବେ ଅମିତାଭ ନାନାବତିର ପ୍ରଶଂସାରେ ଶତମୁଖ, ଯେଉଁ ନାନାବତୀ ବିରୋଧରେ ମୁମ୍ବାଇ ମହାନଗରପାଳିକା ମାମଲା ରୁଜୁ କରିଥିଲା। ସେ କହିଛନ୍ତି ଯେ, ଏହି ହସ୍‌ପିଟାଲ୍‌ ଅନେକ ସାଧାରଣ ରୋଗୀଙ୍କୁ କରୋନା ପଜିଟିଭ୍‌ କହି ଜବରଦସ୍ତ ରଖି ୧୭ରୁ ୨୦ ଲକ୍ଷ ଟଙ୍କାର ବିଲ୍ କରୁଛନ୍ତି। ଏହା ଏକ ବଡ଼ ଦୁର୍ନୀତି ବୋଲି ସେ କହିଛନ୍ତି। ବୋର୍ଡ ସଦସ୍ୟମାନେ ରୋଗୀଙ୍କୁ ଶେଷଣ ପାଇଁ ଯୋଜନା କରୁଛନ୍ତି।ଏହି ଗ୍ରୁପ୍‌ର ବୋର୍ଡ ସଦସ୍ୟ ଭାବେ ଅମିତାଭ ବି ସେମାନଙ୍କ ମିଟିଂରେ ସାମିଲ ରହୁଛନ୍ତି। ଏଭଳି ଭିଡିଓ ଟ୍ବିଟ୍‌ କରି ଅମିତାଭ ନିଜ ଛବିକୁ ସଫା କରିବା ସହ ସରକାରଙ୍କୁ ମିଛ ପ୍ରମାଣିତ କରିବାକୁ ଚାହୁଥିବା ଶୁକ୍ଲା କହିଛନ୍ତି।

ସମ୍ବନ୍ଧିତ ଖବର