ଉଦୟପୁର: ଉଦୟପୁର ଜିଲ୍ଲାରେ ଶୁକ୍ରବାର ଜଣେ ସ୍କୁଲ ଛାତ୍ରଙ୍କୁ ଛୁରୀରେ ଆକ୍ରମଣ କରାଯିବା ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଛି। ସହରର ଅନେକ ସ୍ଥାନରେ ଭଙ୍ଗାରୁଜା ଓ ନିଆଁ ଲାଗିବା ଘଟଣା ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିବାକୁ ପଡ଼ିଥିବା ବେଳେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଏହାବ୍ୟତୀତ ଜୟପୁରରୁ ଅତିରିକ୍ତ ଫୋର୍ସ ଡକାଯାଇଥିଲା। ଘଟଣାର ପରଦିନ ଅର୍ଥାତ୍ ଶନିବାର ଅଭିଯୁକ୍ତଙ୍କ ଘରେ ଛୁରିରେ ଆକ୍ରମଣ କରିଥିବା ଅଭିଯୁକ୍ତର ଘର ଉପରକୁ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଶନିବାର ଅଭିଯୁକ୍ତଙ୍କ ଘରେ ନୋଟିସ୍ ଲଗାଯିବା ପରେ ଅଳ୍ପ ସମୟ ମଧ୍ୟରେ ଘର ଭଙ୍ଗା ଯାଇଥିଲା।
ଏହି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମହାନଗର ନିଗମ ଓ ବନ ବିଭାଗ ଅଭିଯୁକ୍ତଙ୍କ ଘର ବାହାରେ ଏକ ନୋଟିସ୍ ଲଗାଇଥିଲା। ନୋଟିସ୍ ଦେବାର ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ନଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି। ଏହି କ୍ରମରେ ଏବେ ଅଭିଯୁକ୍ତଙ୍କ ଘରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଥିସହିତ ବନ ବିଭାଗର ଆଞ୍ଚଳିକ ବନ ଅଧିକାରୀ ଅଭିଯୁକ୍ତଙ୍କ ଘରେ ନୋଟିସ୍ ମଧ୍ୟ ଲଗାଇଥିଲେ। ବନ ବିଭାଗର ନୋଟିସରେ କୁହାଯାଇଛି ଯେ ବନ ବିଭାଗର ଜମିଉପରେ ଜବରଦଖଲ ଉଚ୍ଛେଦ କରାଯାଉ, ନଚେତ୍ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏହିପରି ନୋଟିସ ପରେ ଅଭିଯୁକ୍ତର ଘର ଭଙ୍ଗାଯାଇଛି । ଘରଟି ବନବିଭାଗ ଜମିରେ ବେଆଇନଭାବେ ନିର୍ମାଣ କରାଯାଇଥିବା କୁହାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Capture-13.png)