ଉଦୟପୁର ହତ୍ୟାକାଣ୍ଡ: ମମତାଙ୍କ ଟ୍ବିଟ୍‌କୁ ନିନ୍ଦା କଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ଉଦୟପୁରର ଜଣେ ହିନ୍ଦୁ ଟେଲର୍‌ଙ୍କ ହତ୍ୟାକାଣ୍ଡ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟ୍ବିଟ୍‌କୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ କହିଛନ୍ତି, ଭୋଟ୍ ବ୍ୟାଙ୍କ ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟ କରାଯାଉଛି। ତୁଷ୍ଟୀକରଣ ଶାସନ ବ୍ୟବସ୍ଥାରେ ଏହା ଏକ ବିଭତ୍ସ ଅପରାଧ ବୋଲି ଶୁଭେନ୍ଦୁ କହିଛନ୍ତି। ଉଦୟପୁରର କହ୍ନେୟା ଲାଲଙ୍କୁ ସମ୍ମାନ ଜଣାଇ ଶୁଭେନ୍ଦୁ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଏହି ହତ୍ୟାକାଣ୍ଡର ତଦନ୍ତ ଏନ୍‌ଆଇଏ ନେଇଥିିବାରୁ ସେ ଏହାକୁ ସ୍ବାଗତ କରିଛନ୍ତି। ପୂର୍ବରୁ ମମତା ବିଜେପି ବିରୋଧରେ ‘ଜିହାଦ୍‌’ ଡାକରା ଦେଇଥିବା ସଂକ୍ରାନ୍ତ ଏକ ଭିଡିଓ ମଧ୍ୟ ପୋଷ୍ଟ କରି ଶୁଭେନ୍ଦୁ କହିଛନ୍ତି ଏଭଳି ରାଜନୀତି କଦାପି ଗ୍ରହଣୀୟ ନୁହେଁ।

ସମ୍ବନ୍ଧିତ ଖବର