ପାଟନା: ବିହାରର ପୁର୍ନିଆ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୨ ଥର ପ୍ରତିନିଧିତ୍ବ କରିଥିବା ପୂର୍ବତନ ବିଜେପି ସାଂସଦ ଉଦୟ ସିଂହ ଆଜି ଦଳ ଛାଡ଼ି ଦେଇଛନ୍ତି। ଉଦୟ ଆଜି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ନିକଟରେ ବିଜେପି ଆତ୍ମସମର୍ପଣ କରିଥିବା ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଉଚ୍ଚ ପ୍ରଶଂସା କରି ସେ କହିଛନ୍ତି ଯେ ରାହୁଲ ଏବେ ଅଧିକ ଲୋକପ୍ରୀୟ ହୋଇଛନ୍ତି।
ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ ଉଦୟ ସିଂହ
/sambad/media/post_attachments/wp-content/uploads/2019/01/Uday-Singh-1280-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)