ହିନ୍ଦୁତ୍ବ କଥା କହି ବିଜେପି ଦେଶକୁ ଭୁଆଁ ବୁଲାଉଛି : ଉଦ୍ଧବ

ମୁମ୍ବାଇ : ଶିବସେନାର ହିନ୍ଦୁତ୍ବ ହେଉଛି ଗଦାଧାରୀ, କିନ୍ତୁ ବିଜେପିର ହିନ୍ଦୁତ୍ବ ହେଉଛି ଘଣ୍ଟାଧାରୀ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏକ ଶିବସେନା ରାଲିରେ ଉଦବୋଧନ ଦେଇ ସେ କହିଛନ୍ତି ଯେ କଶ୍ମୀରର ଏକ ତହସିଲ ଅଫିସରେ ରାହୁଲ ଭଟ୍ଟଙ୍କ ହତ୍ୟା କରାଗଲା । ଏବେ ବିଜେପି କଣ କରିବ ? କଣ ହନୁମାନ ଚାଳିସା ପଢିବ ?

କେତେକ ନକଲି ହିନ୍ଦୁତ୍ବଧାରୀ ଆମ ଦେଶକୁ ଭୁଆଁ ବୁଲାଉଛନ୍ତି । ବାଲା ସାହେବ ଠାକରେ ଆମକୁ ଶିଖାଇଛନ୍ତି ଯେ ଭାରତ ଘଣ୍ଟାଧାରୀ ହିନ୍ଦୁତ୍ବ ଆବଶ୍ୟକ କରେ ନାହିଁ, ବରଂ ଗଦାଧାରୀ ହିନ୍ଦୁତ୍ବ ଆବଶ୍ୟକ କରେ, ଯେଉଁମାନେ ଆତଙ୍କବାଦୀଙ୍କ ନିପାତ କରିପାରିବେ । ଆମ ରକ୍ତରେ ଗୈରିକ ରକ୍ତ ପ୍ରବାହିତ ହେଉଛି, ଆମକୁ ଚ୍ୟାଲେଞ୍ଜ କରନାହିଁ ବୋଲି ସେ ବିଜେପିକୁ ଚେତାବନୀ ଦେଇଛନ୍ତି ।

ଆମେ କଂଗ୍ରେସ ସହିତ ଗଲୁ ବୋଲି କଣ ଆମ ହିନ୍ଦୁତ୍ବ କମ ହୋଇଗଲା କି ? ଏନଡିଏରେ ଥିବା ସବୁ ଦଳ କଣ ହିନ୍ଦୁତ୍ବବାଦୀ ? ମସଜିଦରୁ ମାଇକ ହଟାଯିବା କୌଣସି ପ୍ରସଙ୍ଗ ନୁହେଁ, ଏହା ବୋକାମୀ ବୋଲି ନିତିଶ କୁମାର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସହିତ ମେଣ୍ଟ କରି ୨୫ ବର୍ଷ ବରବାଦ ହୋଇଗଲା । ୨୦୧୯ରେ ବିଜେପି ସହିତ ସଂପର୍କ ଛିନ୍ନ କରିବା ପରେ ଆମେ ଗଧମାନଙ୍କୁ ବାହାର କରିଦେଇଥିଲୁ ।

ସମ୍ବନ୍ଧିତ ଖବର