ମୁମ୍ବାଇ : ଶପଥ ଗ୍ରହଣ ପରେ ପ୍ରଥମ କ୍ୟାବିନେଟ ବୈଠକ ଡାକିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସହ୍ୟାଦ୍ରୀ ଗେଷ୍ଟହାଉସରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କୃଷିଋଣ ଛାଡ ଓ କୃଷକଙ୍କ ପାଇଁ ପ୍ୟାକେଜ ଘୋଷଣା ଆଦି ହୋଇପାରେ । ଏହି କ୍ୟାବିନେଟ ବୈଠକରେ ନୂଆକରି ଶପଥ ନେଇଥିବା ୬ ମନ୍ତ୍ରୀ ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ, ଏନସିପିର ଛଗନ ଭୁଜବଳ, ଜୟନ୍ତ ପାଟିଲ, କଂଗ୍ରେସର ବାଲାସାହେବ ଥୋରାଟ ଓ ନିତିନ ପାଟିଲ ଯୋଗ ଦେବେ ।

Advertisment

ଶିବସେନା, କଂଗ୍ରେସ ଓ ଏନସିପି ମେଣ୍ଟ ଦ୍ୱାରା ଜାରି ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମରେ କୃଷି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା । ଅଦିନିଆ ବର୍ଷା ଓ ମରୁଡି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ଓ ଚାଷୀମାନଙ୍କର ଋଣଛାଡ କରାଯିବାକୁ ଏଥିରେ କୁହାଯାଇଥିଲା । ଏହା ଛଡା ନିଯୁକ୍ତି କ୍ଷେତ୍ରରେ ମହାରାଷ୍ଟ୍ର ଲୋକମାନଙ୍କ ପାଇଁ ୮୦ ପ୍ରତିଶତ ସଂରକ୍ଷଣ ପାଇଁ ଏଥିରେ କୁହାଯାଇଛି ।