ମୁମ୍ବାଇ: ଏମଏନଏସ ଏବଂ ୟୁବିଟି ମହାରାଷ୍ଟ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହାର ଜବାବରେ, ସିନ୍ଧେ ଗୋଷ୍ଠୀ ଚୁପ୍ ନରହି ପାଲଟା ଜବାବ ଦେଇଛନ୍ତି। ଶିବସେନା ମୁଖ୍ୟ ଏକନାଥ ସିନ୍ଧେ ଉଦ୍ଧବ ଠାକରେଙ୍କୁ ରଙ୍ଗ ପରିବର୍ତ୍ତନ କରୁଥିବା ଝିଟିପିଟି ବୋଲି କହିଛନ୍ତି।
ସିନ୍ଧେ ଅଭିଯୋଗ କରିଛନ୍ତି ଯେ, ଉଦ୍ଧବ ୨୦୧୯ ରେ ଦେବେନ୍ଦ୍ର ଫଡନବୀସଙ୍କ ପ୍ରତି ବିଶ୍ୱାସଘାକତା କରିଥିଲେ। ଉଦ୍ଧବ ଏବଂ ଫଡନବୀସଙ୍କ ମଧ୍ୟରେ ଏକ ସାକ୍ଷାତ ହୋଇଥିବା ଖବର ଆସିବା ପରେ ଏହି ବିବୃତିକୁ ନେଇ ଏବେ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଏକନାଥ ସିନ୍ଦେ କହିଛନ୍ତି, ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ବହୁମତ ହାସଲ କରିବା ପରେ, ଦେବେନ୍ଦ୍ର ଫଡନବୀସ ଉଦ୍ଧବ ଠାକରେଙ୍କୁ ୪୦ ରୁ ୫୦ ଥର ଫୋନ୍ କରିଥିଲେ, କିନ୍ତୁ ଠାକରେ କୌଣସି ଉତ୍ତର ଦେଇ ନଥିଲେ।
ଏକନାଥ ସିନ୍ଦେ କହିଛନ୍ତି, ଯେଉଁ ନେତାମାନେ ଗୋଟିଏ ସମୟରେ କଂଗ୍ରେସ ଏବଂ ଏନସିପିକୁ ସମାଲୋଚନା କରୁଥିଲେ, ସେମାନେ ପରେ ସରକାରରେ ସାମିଲ ହୋଇ ସେମାନଙ୍କ ସହିତ ମେଣ୍ଟରେ ସାମିଲ ହୋଇଥିଲେ। ମହାରାଷ୍ଟ୍ର ଉଦ୍ଧବଙ୍କ ପରି ନେତା କେବେ ଦେଖିନାହିଁ ଯିଏ ଝିଟିପିଟିଠାରୁ ମଧ୍ୟ ଶୀଘ୍ର ରଙ୍ଗ ପରିବର୍ତ୍ତନ କରିଥାନ୍ତି।
ସିନ୍ଦେ ମନେ ପକାଇ ଦେଇଥିଲେ ଯେ, ୨୦୧୭ ବିଏମସି ନିର୍ବାଚନରେ ଯେତେବେଳେ ଶିବସେନା ବିଜେପି ଠାରୁ ମାତ୍ର ୨ଟି ଆସନ ଅଧିକ ଜିତିଥିଲା, ସେ ଫଡନବୀସଙ୍କୁ ମୁମ୍ବାଇ ମେୟର ପଦବୀ ଶିବସେନାକୁ ଦେବା ପାଇଁ ସୁପାରିଶ କରିଥିଲେ। ଏହା ସତ୍ତ୍ୱେ, ସେ ୨୦୧୯ରେ ଫଡନବୀସଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ।
ଅଧିକ ପଢ଼ନ୍ତୁ: ଏକ ଲକ୍ଷ ଆଫଗାନୀଙ୍କୁ ହତ୍ୟା କରିବ ତାଲିବାନ!: ଲଣ୍ଡନର ରିପୋର୍ଟ ନେଇ ସାରା ବିଶ୍ୱ ଭୟଭୀତ
ଏକନାଥ ସିନ୍ଦେ ୨୦୨୨ ମସିହାରେ ଗୌହାଟିରେ ହୋଇଥିବା ରାଜନୈତିକ ବିଦ୍ରୋହର କଥା ଉଲ୍ଲେଖ କରି କହିଛନ୍ତି, ଯେତେବେଳେ ସେ ତାଙ୍କର ସମର୍ଥକ ବିଧାୟକମାନଙ୍କ ସହିତ ଆସାମରେ ଶିବିର ସ୍ଥାପନ କରୁଥିଲେ, ସେତେବେଳେ ଉଦ୍ଧବ ଠାକରେ ମଧ୍ୟ ତାଙ୍କ ସହିତ ଯୋଗାଯୋଗରେ ଥିଲେ ଏବଂ ଦିଲ୍ଲୀର ବିଜେପି ନେତାମାନଙ୍କୁ ବିଦ୍ରୋହୀ ବିଧାୟକମାନଙ୍କୁ ସମର୍ଥନ ନ କରିବାକୁ ଅପିଲ କରୁଥିଲେ। ଏହା ଏକ ଡବଲ ଗେମ୍ ଥିଲା। ସାମ୍ନାରୁ ବନ୍ଧୁତା କିନ୍ତୁ ପଛରୁ ବିରୋଧ। ଏହା ଉଦ୍ଧବଙ୍କର ପ୍ରକୃତ ଚରିତ୍ର।
ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲତା ଦିନାନାଥ ମଙ୍ଗେସକର ପୁରସ୍କାର ଦିଆଯାଇଥିଲା, ଉଦ୍ଧବ ଠାକରେ ଲତା ମଙ୍ଗେସକର ସଂଗୀତ ବିଦ୍ୟାଳୟର ଯୋଜନାକୁ ବନ୍ଦ କରିଦେଇଥିଲେ।
ଗୁରୁବାର ଦିନ ଉଦ୍ଧବ ଠାକରେ ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା, ଯାହାକୁ ନେଇ ରାଜ୍ୟ ରାଜନୈତିକ କରିଡରରେ ଉଷ୍ଣତା ବୈଠକ ବାଚସ୍ପତି ରାମ ସିନ୍ଦେଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ଫଡନାବୀସ ବିଧାନ ପରିଷଦରେ ଠାକରେଙ୍କୁ ଆମ ପଟକୁ ଆସବୋଲି ମଜାରେ କହିଥିଲେ।
ଫଡନବୀସ କହିଥିଲେ, ଆମେ ବିରୋଧୀ ଦଳକୁ ଯିବୁ ନାହିଁ, କିନ୍ତୁ ଉଦ୍ଧବ ଜୀ, ଆପଣଙ୍କ ଏଠାକୁ ଆସିବାର ସୁଯୋଗ ଅଛି। ଆପଣ ଚିନ୍ତା କରିପାରିବେ। ଏହି ମନ୍ତବ୍ୟକୁ ଏବେ ଏକ ରାଜନୈତିକ ସଙ୍କେତ ଭାବରେ ଦେଖାଯାଉଛି,
ବିଶେଷକରି ଯେତେବେଳେ ଏକନାଥ ସିନ୍ଦେ ଏବଂ ଫଡନବୀସଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଉଥିବା ରିପୋର୍ଟ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ୨୦୨୪ ଲୋକସଭା ନିର୍ବାଚନ ପରେ, ମହାୟୁତିରେ ଫଡନବୀସ ଏବଂ ସିନ୍ଦେଙ୍କ ମଧ୍ୟରେ ବିବାଦ ବୃଦ୍ଧି ପାଇଥିଲା। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ମତଭେଦ ରହିଛି। ଏପରି ପରିସ୍ଥିତିରେ, ଠାକରେଙ୍କ ପ୍ରତି ଫଡନବୀସଙ୍କ ବନ୍ଧୁତାର ସଙ୍କେତ ଅନେକ ସମ୍ଭାବନା ସୃଷ୍ଟି କରିଥିବାର ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ: ବଳଙ୍ଗା ମାମଲା: ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼ କଲା କଂଗ୍ରେସ
devendra fadnavis | eknath-shinde | uddhav-thakceray | maharastra