ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ହରାଇବା ପରେ ଏବଂ ଦଳର ଅନେକ ବିଧାୟକ ଦଳ ବଦଳାଇବା ପରେ ଏବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଶିବସେନା ସାଂସଦଙ୍କ ସହ ଆଲୋଚନା ପରେ ଉଦ୍ଧବ ଠାକରେ ଏହି ନିଷ୍ପତ୍ତି ନେଇଥିଲେ। ସମର୍ଥନ ଘୋଷଣା କରି ଠାକରେ କହିଛନ୍ତି ଯେ ଏହା ନୁହେଁ ଯେ ଆମ ଉପରେ କୌଣସି ଚାପ ରହିଛି। ଅତୀତରେ ମଧ୍ୟ ଆମେ ସ୍ୱାଧୀନ ଭାବରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଛୁ।

Advertisment

ମୁର୍ମୁଙ୍କୁ ଦଳ ସମର୍ଥନକରିବ ବୋଲି ଘୋଷଣା କରି ଉଦ୍ଧବ ଠାକରେ କହିଛନ୍ତି ଯେ ଏହି ନିଷ୍ପତ୍ତି ନେବାକୁ ମୋ ଉପରେ କୌଣସି ଚାପ ପକାଯାଇନାହିଁ। ଅତୀତରେ ମଧ୍ୟ ଆମେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ସ୍ବାଧୀନ ଭାବରେ ନିଷ୍ପତ୍ତି ନେଇଛୁ। ଆମ ସମ୍ପ୍ରଦାୟର ବିଧାୟକଙ୍କ ସମେତ କିଛି ଆଦିବାସୀ ନେତା ମୋତେ ଭେଟି ମୁର୍ମୁଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ଏହା ପରେ ମୁଁ ଏହି ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ବାସଭବନ ମାତୋଶ୍ରୀରେ ଶିବସେନା ସାଂସଦଙ୍କ ବୈଠକ ଡକାଯାଇଥିଲା। ୧୯ଜଣଙ୍କ ମଧ୍ୟରୁ ମାତ୍ର ୧୨ଜଣ ବୈଠକରେ ଯୋଗ ଦେଇଥିଲେ। ଅନ୍ୟ ୭ଜଣ ସାଂସଦ ଯୋଗ ‌ନଦେବା ସହ ଯୋଗ ଦେଇଥିବା ସାଂସଦ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଉଦ୍ଧବଙ୍କ ପରାମର୍ଶ ଦେଇଥିଲେ। ଗତକାଲିର ବୈଠକ ପରେ ଆଜି ଉଦ୍ଧବ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।