ଉଦ୍ଧବ ସରକାର ତିଷ୍ଠି ରହିବ : ଶରଦ ପାଓ୍ବାର

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଅସ୍ଥିରତା ମଧ୍ୟରେ ଏକ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ସବୁଠାରୁ ଟାଣୁଆ ନେତା ଶରଦ ପାଓ୍ବାର । ସେ କହିଛନ୍ତି ଯେ ଉଦ୍ଧବଙ୍କ ନେତୃତ୍ବରେ ମହା ବିକାଶ ଅଘାଡି (ଏନଭିଏ) ସରକାର ଜାରି ରହିବ ।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ଗୋଟିଏ ସରକାର ପାଖରେ ବହୁମତ ଅଛି କି ନା ସେ ସମ୍ପର୍କରେ ବିଧାନସଭାରେ ନିର୍ଦ୍ଧାରଣ ହେବ । ସେ ପୂର୍ବରୁ ଏପରି ଅନେକ ସ୍ଥିତି ସେ ଦେଖିଛନ୍ତି । କିନ୍ତୁ ତାଙ୍କର ବିଶ୍ବାସ ଯେ ସରକାର ଏହି ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରି ତିଷ୍ଠି ରହିବ ଓ ଉଦ୍ଧବଙ୍କ ନେତୃତ୍ବରେ ସରକାର ଜାରି ରହିବ । ଯେଉଁ ବିଧାୟକମାନେ ଯାଇଛନ୍ତି ସେମାନ ଏନସିପି-କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି ।

ଏହା ପୂର୍ବରୁ ଏନସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଥିଲେ ଯେ ଉଦ୍ଧବ ସରକାରକୁ ଏନସିପିର ସମର୍ଥନ ଜାରି ରହିବ । ଏନସିପି ସରକାରରୁ ସମର୍ଥନ ପ୍ରତ୍ୟାହାରକୁ ନେଇ ଚର୍ଚ୍ଚା ଉଠିବା ପରେ ଅଜିତ ଏକଥା କହିଥିଲେ  ।

ଆଜି ଏନସିପିର ଆଉ ଜଣେ ବରିଷ୍ଠ ନେତା ଛଗନ ଭୁଜବଳ କହିଥିଲେ ଯେ ଯଦି ଶିବସେନା ଏମଭିଏ ଛାଡ଼ିବାକୁ ଚାହୁଁଛି ତେବେ ସେମାନେ ଏସଂପର୍କରେ ଶରଦ ପାଓ୍ବାରଙ୍କ ସହ ଆଲୋଚନା କରନ୍ତୁ । ସେମାନଙ୍କୁ କେହି ଅଟକାଉ ନାହାନ୍ତି, ପ୍ରତ୍ୟେକ ଦଳ ନିଜ ଇଛା ଅନୁସାରେ ଯାଇପାରିବ ।

 

ସମ୍ବନ୍ଧିତ ଖବର