ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଥାନେ ପରେ ଏବେ ନାଭି ମୁମ୍ବାଇର କର୍ପୋରେଟର ମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି। ନାଭି ମୁମ୍ବାଇର ୩୨ ଜଣ ପୂର୍ବତନ ଶିବସେନା କର୍ପୋରେଟର ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଥିବା କହିଛନ୍ତି। ସେହିପରି ଅନ୍ୟ ଏକ ଘଟଣାରେ ଜଣେ ପୂର୍ବତନ ସାଂସଦ ଆନନ୍ଦରାଓ ଅଦସୁଲ ତାଙ୍କ ଦଳୀୟ ପଦବି ଛାଡ଼ି ଦେଇଛନ୍ତି। ସେ ଏକନାଥ ସିନ୍ଦେ ଗୋଷ୍ଠୀରେ ଯୋଗ ଦେବେ ବୋଲି କହିଛନ୍ତି।

Advertisment

ଗୁରୁବାର ଦିନ ଥାନେର ୬୭ ପୂର୍ବତନ ସେନା କର୍ପୋରେଟରଙ୍କ ମଧ୍ୟରୁ ୬୬ ଜଣ ସିନ୍ଦେଙ୍କୁ ସମର୍ଥନ କରିଥି‌ଲେ। ମୁଖ୍ୟମନ୍ତ୍ରୀ ପଦ ହରାଇବାପରେ ଶିବସେନା ସାଂସଦମାନେ ଏବେ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷେ ଆଗକୁ ପୌର ନିର୍ବାଚନ ଥିବାବେଳେ ଉଦ୍ଧବ ଅନେକ ପୌର ନିଗମରେ ନିୟନ୍ତ୍ରଣ ହରାଇଦେବେ ବୋଲି କୁହାଯାଉଛି।