ମୁମ୍ବାଇ : କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି। ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ କରିଥିବା ଆନ୍ଦୋଳନକୁ ବିଜେପି ଅସମ୍ମାନ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଠାକ୍ରେ କହିଛନ୍ତି, ଆନ୍ଦୋଳନରତ କୃଷକମାନେ ବାମପନ୍ଥୀ, ପାକିସ୍ତାନୀ ନା’ ଚୀନ୍ରୁ ଆସିଛନ୍ତି ତାହା ବିଜେପି ନିଷ୍ପତ୍ତି ନେବା ଉଚିତ୍। କୃଷକମାନେ ଏଭଳି ଶୀତରେ ରାସ୍ତା ଉପରେ ରାତି କାଟୁଛନ୍ତି। ବିଜେପି ଏହା ବୁଝିବା ଉଚିତ୍ ଯେ, ଏହା କୃଷକମାନଙ୍କ ପ୍ରତି ଅନ୍ୟାୟ କରୁଛି। ଆନ୍ଦୋଳନରତ କୃଷକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ବିଜେପି ନେତାମାନେ ସେମାନଙ୍କୁ ‘ପାକିସ୍ତାନୀ’ ଏବଂ ‘ଦେଶ ବିରୋଧୀ’ କହୁଛନ୍ତି। ଏହା ଆମ ସଂସ୍କୃତି ନୁହେଁ। କୃଷକଙ୍କ ସହ କଥା ହେବା ପରିବର୍ତ୍ତେ ବିଜେପି ସେମାନଙ୍କୁ ପାକିସ୍ତାନୀ ଏବଂ ଦେଶ ବିରୋଧୀ କହୁଛି। ତେବେ ଯେଉଁମାନେ ଶ୍ରମିକ ଏବଂ କୃଷକଙ୍କ ପାଇଁ କହୁଛନ୍ତି ସେମାନେ ସବୁ କ’ଣ ଦେଶ ବିରୋଧୀ ? ଯଦି ବିଜେପି ନେତାମାନେ କୃଷି ଆଇନକୁ ଭଲଭାବେ ଜାଣିଛନ୍ତି ତେବେ ସେମାନେ ଆନ୍ଦୋଳନରତ କୃଷକଙ୍କ ସହ ବସି ଏବିଷୟରେ ଆଲୋଚନା କରୁନାହାନ୍ତି କାହିଁକି ? ସେମାନେ କାହିଁକି କେବଳ କ୍ୟାମେରା ଆଗରେ କହୁଛନ୍ତି ଏବଂ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ବୋଲି ଠାକ୍ରେ ପ୍ରଶ୍ନ କରିଛନ୍ତି।
ବିଜେପି ଉପରେ ବର୍ଷିଲେ ଉଦ୍ଧବ: କୃଷକମାନେ ବାମପନ୍ଥୀ, ପାକିସ୍ତାନୀ ନା’ ଚୀନ୍ରୁ ଆସିଛନ୍ତି?
/sambad/media/post_attachments/wp-content/uploads/2020/01/udhav-amarujala-png.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)