ମୁମ୍ବାଇ : ପ୍ରାୟ ୨୦ ବର୍ଷ ପରେ ଦୁଇ ଭାଇ ଏକାଠି ହୋଇଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ତାଙ୍କ ସମ୍ପର୍କୀୟ ଭାଇ ରାଜ୍ ଠାକ୍ରେ ଆଜି ମୁମ୍ବାଇରେ ଗୋଟିଏ ମଞ୍ଚରେ ଏକାଠି ହେବା ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି। ଏହି ଅବସରରେ ଉଦ୍ଧବ ଠାକ୍ରେ କହିଛନ୍ତି, ଆମେ ଏକାଠି ରହିବା ପାଇଁ ଏକାଠି ଆସିଛୁ। ଠାକରେ କହିଛନ୍ତି, ମୁଁ ଆପଣମାନଙ୍କୁ ଏହା କହିବାକୁ ଚାହୁଛି ଯେ ଆମେ ଏକାଠି ଆସିବା କେବଳ ଟ୍ରେଲର। ଏହା ଆରମ୍ଭ ମାତ୍ର। ଏହା ପୂର୍ବରୁ ଏମ୍ଏନ୍ଏସ୍ (ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ୍ ଠାକରେ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଥିଲେ ଯେ ବାଲାସାହେବ ଠାକ୍ରେ ଯାହା କରିପାରିନଥିଲେ ମୁଖ୍ୟମନ୍ତ୍ରୀ ଫଡ଼ନାବିସ ତାହା କରି ଦେଖାଇଦେଲେ। ମତେ ଓ ଉଦ୍ଧବଙ୍କୁ ସେ ହିଁ ଏକାଠି କରିଦେଲେ।
ରାଜ୍ୟରେ ଭାଷାକୁ ନେଇ ବିବାଦ ଦେଖାଯିବା ପରେ ଏହି ୨ ଭାଇ ୨୦ ବର୍ଷ ପରେ ଏକାଠି ହୋଇଛନ୍ତି। ମହାରାଷ୍ଟ୍ର ସରକାର ହିନ୍ଦୀକୁ ଇଚ୍ଛାଧୀନ ତୃତୀୟ ଭାଷା କରିବାପରେ ଉଦ୍ଧବ ଓ ରାଜ୍ ମିଳିତ ଶକ୍ତି ପ୍ରଦର୍ଶନ କରିଛନ୍ତି। ମୁମ୍ବାଇରେ ଆଗକୁ ୨୯ ପୌର ନିଗମରେ ନିର୍ବାଚନ ଥିବାବେଳେ ଶିବସେନା (ୟୁବିଟି) ମୁଖ୍ୟ କହିଛନ୍ତି, ମୁଁ ଏବଂ ରାଜ୍ ଠାକ୍ରେ ମୁମ୍ବାଇ ପୌର ନିର୍ବାଚନରେ କ୍ଷମତା ଅକ୍ତିଆର କରିବୁ।
୨୦ ବର୍ଷ ପରେ ଏକାଠି ହେଲେ ଉଦ୍ଧବ-ରାଜ୍ ଠାକରେ
ପ୍ରାୟ ୨୦ ବର୍ଷ ପରେ ଦୁଇ ଭାଇ ଏକାଠି ହୋଇଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ତାଙ୍କ ସମ୍ପର୍କୀୟ ଭାଇ ରାଜ୍ ଠାକ୍ରେ ଆଜି ମୁମ୍ବାଇରେ ଗୋଟିଏ ମଞ୍ଚରେ ଏକାଠି ହେବା ରାଜ୍ୟ ରାଜନୀତିରେ ନୂଆ...
/sambad/media/media_files/2025/07/06/kjafasdsfd-2025-07-06-07-10-15.jpg)