ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏବଂ କଙ୍ଗନା ରାଣାୱତ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମୁହଁ ଖୋଲିଛନ୍ତି। ଉଦ୍ଧବ କହିଛନ୍ତି, ତାଙ୍କ ନିରବତାକୁ ଦୁର୍ବଳତା ଭାବିବା ଠିକ୍ ନୁହେଁ। ଗତ କିଛିଦିନ ଧରି ତାଙ୍କ ସରକାର କରୋନା ମହାମାରୀକୁ ସଫଳତାର ମୁକାବିଲା କରିଛନ୍ତି। ଏହା ସହିତ ତାଙ୍କ ସରକାର ଏକ ଅସ୍ବାଭାବିକ ରାଜନୈତିକ ଝଡ଼କୁ ମଧ୍ୟ ସାମ୍ନା କରୁଛନ୍ତି ବୋଲି ଉଦ୍ଧବ କହିଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଉଦ୍ଧବଙ୍କ ପୁତ୍ର ଆଦିତ୍ୟ ଠାକ୍ରେଙ୍କ ସମ୍ପୃକ୍ତି ଅଛି ବୋଲି ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ, କଙ୍ଗନା ରାଣାୱତଙ୍କୁ ମହାରାଷ୍ଟ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ହଇରାଣ ହରକତ କରୁଛନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼୍ନାଭିସ ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ଏଭଳି ରାଜନୈତିକ ଝଡ଼ର ସାମ୍ନା କରିବାକୁ ତାଙ୍କ ସରକାର ସକ୍ଷମ ବୋଲି ଉଦ୍ଧବ କହିଛନ୍ତି। ତାଙ୍କ ସରକାର ସବୁବେଳେ ନ୍ୟାୟ ସପକ୍ଷରେ ଲଢେଇ କରୁଛି ଏବଂ ମହାରାଷ୍ଟ୍ରବାସୀଙ୍କୁ ନ୍ୟାୟ ମିଳିବ ବୋଲି ଉଦ୍ଧବ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ମୁହଁ ଖୋଲିଲେ ଉଦ୍ଧବ, ଆମେ ଏକ ରାଜନୈତିକ ଝଡ଼ର ସାମ୍ନା କରୁଛୁ
/sambad/media/post_attachments/wp-content/uploads/2020/09/uddhav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)