ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନିଶ୍ଚିତତା, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଭାଗ୍ୟ ଏବେ ସୁତାଖିଅରେ ଝୁଲୁଛି । ଗୋଟିଏ ପଟେ ମହାରାଷ୍ଟ୍ର କରୋନା ସଂକଟ ଗୁରୁତର ଆକାର ଧାରଣ କରିଛି, ଅନ୍ୟପଟେ ତାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନିଶ୍ଚିତତା ଲାଗି ରହିଛି । ତାଙ୍କୁ ରାଜ୍ୟପାଳ ରାଜ୍ୟ ବିଧାନପରିଷଦର ଜଣେ ସଦସ୍ୟ ଭାବେ ମନୋନୀତ କରୁନଥିବାରୁ ଏହି ସ୍ଥିତି ସୃଷ୍ଟି ହୋଇଛି । ସମସ୍ୟାର ସମାଧାନ ପାଇଁ ଶେଷରେ ଉଦ୍ଧବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ଲୋଡ଼ିଛନ୍ତି । ମୋଦୀଙ୍କୁ ଫୋନ କରି ସେ କହିଛନ୍ତି ଯେ ରାଜ୍ୟ ବିପଦରେ ପଡ଼ିଥିବାବେଳେ ତାଙ୍କ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ ଚାଲିଛି । ସ୍ଥିତିରେ ହସ୍ତକ୍ଷେପ କରିବାକୁ ସେ ମୋଦୀଙ୍କୁ ଅନୁରୋଧ କରିଛନ୍ତି ।

ଉଦ୍ଧବ ଗତ ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ । ସେ ଏବେ ବିଧାୟକ ନଥିବାରୁ ସେ ୬ ମାସ ମଧ୍ୟରେ ବିଧାନସଭା କିମ୍ବା ବିଧାନପରିଷଦର ସଦସ୍ୟ ହେବା ଆବଶ୍ୟକ । ବିଧାନ ପରିଷଦର ସଦସ୍ୟ ହେବା ପାଇଁ ତାଙ୍କୁ ରାଜ୍ୟପାଳ ମନୋନୀତ କରିବା ଆବଶ୍ୟକ । କିନ୍ତୁ ରାଜ୍ୟପାଳ ଏହା କରୁନଥ#ବାରୁ ଅନିଶ୍ଚିତତା ଲାଗିରହିଛି ।

ସମ୍ବନ୍ଧିତ ଖବର