ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ୍ ଆଜି ପ୍ରକାଶ ଆମ୍ବେଦକରଙ୍କ ଭିବିଏ (ବଞ୍ଚିତ ବହୁଜନ ଅଘାଡି) ସହ ମେଣ୍ଟ ଘୋଷଣା କରିଛନ୍ତି। ବିଏମ୍ସି ନିର୍ବାଚନର ଅବ୍ୟବହିତ ପୂର୍ବରୁ ଉକ୍ତ ୨ ଦଳ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମେଣ୍ଟ ଘୋଷଣା କରିଛନ୍ତି। ମେଣ୍ଟ ପାଇଁ ଉଦ୍ଧବ ଠାକ୍ରେ ପ୍ରାୟ ୨ ମାସ ଧରି ପ୍ରକାଶ ଆମ୍ବେଦକରଙ୍କ ସହ କଥାବାର୍ତ୍ତା ଜାରି ରଖିଥିବା ଜଣାପଡ଼ିଛି। ପ୍ରକାଶ ଆମ୍ବେଦକର ହେଉଛନ୍ତି ବି.ଆର୍. ଆମ୍ବେଦକରଙ୍କ ନାତି। ଠାକରେ କହିଛନ୍ତି, ଆଜି ୨୩ ଜାନୁଆରି। ବାଲାସାହେବ ଠାକରେଙ୍କ ଜନ୍ମ ବାର୍ଷିକୀ। ମୁଁ ଅତ୍ୟନ୍ତ ଖୁସି ଯେ ମହାରାଷ୍ଟ୍ରର ଅନେକ ଲୋକ ଆମକୁ ଏକାଠି ଦେଖିବାକୁ ଚାହାନ୍ତି।
ଠାକ୍ରେ କହିଛନ୍ତି, ମୋ ଜେଜେବାପା ଏବଂ ପ୍ରକାଶ ଆମ୍ବେଦକରଙ୍କ ଜେଜେବାପା ସହକର୍ମୀ ଥିଲେ। ସେମାନେ ସେ ସମୟର ସାମାଜିକ ଅନ୍ୟାୟ ବିରୋଧରେ ଲଢ଼ିଥିଲେ। ଠାକ୍ରେ ଏବଂ ଆମ୍ବେକରଙ୍କର ଏକ ଇତିହାସ ରହିଛି। ଏବେ ସେମାନଙ୍କ ଭବିଷ୍ୟତ ପିଢ଼ି ଦେଶରେ ବର୍ତ୍ତମାନର ପ୍ରସଙ୍ଗ ବିରୋଧରେ ଲଢ଼ିବେ। ଉଲ୍ଲେଖଯୋଗ୍ୟ ଯେ ଉଦ୍ଧବ ଠାକ୍ରେ ମୁମ୍ବାଇ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।