ଫଡ୍‌ନାଭିସ-ଗଡ଼କରୀଙ୍କୁ ପ୍ରଶଂସା କଲେ ଉଦ୍ଧବ, ମହାରାଷ୍ଟ୍ର ବିକାଶର ଶ୍ରେୟ ଦେଲେ

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଦୁଇ ବିଜେପି ନେତା ମହାରାଷ୍ଟ୍ରର ବିକାଶ ପାଇଁ ଅନେକ କିଛି କରିଛନ୍ତି। ରାଜ୍ୟରେ ବିଭିନ୍ନ ବୃହତ୍‌ ପ୍ରକଳ୍ପ ସଫଳ ରୂପାୟନ ହୋଇଛି। ନାଗପୁର ମେଟ୍ରୋ ଆକ୍ବା ଲାଇନ (୨୫ କିଲୋମିଟର ବିଶିଷ୍ଟ ନାଗପୁର ମେଟ୍ରୋ ପ୍ରକଳ୍ପ)ର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଉଦ୍ଧବ ଉଭୟ ନେତାଙ୍କୁ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ବିକାଶର ଶ୍ରେୟ ଉଭୟ ନେତାଙ୍କୁ ଯିବ ବୋଲି ସେ କହିଛନ୍ତି। ଉଦ୍ଧବଙ୍କ ଏଭଳି ବୟାନ ଯୋଗୁଁ ‘ମହା ବିକାଶ ଅଘାଢ଼ି’ ସରକା‌ରରେ ଆଗକୁ କିଛି ବଡ଼ ହଟଚମଟ ହେବ ବୋଲି କଳ୍ପନା ଜଳ୍ପନା ଚାଲିଛି। ଶିବସେନା ହିନ୍ଦୁତ୍ବ ବିଚାରଧାରାରୁ ଓହରିବ ନାହିଁ ବୋଲି ମଧ୍ୟ ଉଦ୍ଧବ ନିକଟରେ ସ୍ପଷ୍ଟ କରିଦେଇଥିବାରୁ ସେ ବିଜେପି ଆଡ଼କୁ ପୁଣି ଢଳୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର