ମୁମ୍ବାଇ: ଡାକ୍ତରଖାନାରେ ଭର୍ତ୍ତି ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ | କେଉଁ କାରଣ ପାଇଁ ସେ ଡାକ୍ତରଖାନା ଯାଇଛନ୍ତି ସେ ପ୍ରଶ୍ନ ସମସ୍ତଙ୍କ ମନରେ ଥିବା ବେଳେ ଏବେ ତାଙ୍କର ହୃଦୟରେ ସମସ୍ୟା ଥିଲା ବୋଲି ଜଣାପଡିଛି | 

Advertisment

କୁହାଯାଉଛି ଯେ, ଅଣନିଶ୍ୱାସୀ ଲାଗିବାରୁ ସେ ରିଲାଏନ୍ସ ହସ୍ପିଟାଲରେ ପରୀକ୍ଷା ପାଇଁ ପହଞ୍ଚିଥିଲେ | ସେଠାରେ କରୋନାରୀ ଧମନୀରେ ବ୍ଳକେଜ ଥିବା ଚିହ୍ନଟ ହୋଇଥିଲା। ଏହା ପରେ ଆଜି ସକାଳ ୮ ଟାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କର ଆଞ୍ଜିଓଗ୍ରାଫି ସର୍ଜରୀ କରାଯାଇଥିବା ଜଣାପଡିଛି | ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି | ସେ କେବେ ଡିସଚାର୍ଜ ହେବେ ତାହା ସାମ୍ନାକୁ ଆସିନାହିଁ |

ନିକଟରେ ଉଦ୍ଧବ ଠାକରେ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଶହରା ଅବସରରେ ଏକ ରାଲିକୁ ସମ୍ବୋଧିତ କରିଥିଲେ ଏବଂ ପରସ୍ପରକୁ ଟାର୍ଗେଟ କରିଥିଲେ। ଏକନାଥ ସିନ୍ଦେ ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଦଶହରା ରାଲିକୁ ସମ୍ବୋଧିତ କରିବାବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)କୁ ଅସଦୁଦ୍ଦିନ ଓୱେସିଙ୍କ ନେତୃତ୍ୱାଧୀନ ଏଆଇଏମଆଇଏମ ସହିତ ତୁଳନା କରିଥିଲେ | ଅନ୍ୟପକ୍ଷରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ତାଙ୍କ ପାର୍ଟିକୁ ସମ୍ବୋଧିତ କରି ଦଶହରା ରାଲିରେ କହିଥିଲେ, "ଦିଲ୍ଲୀୱାଲେ ଅବଦାଲୀଙ୍କ ପୁଅମାନେ ମୋତେ ଦୁର୍ବଳ କରିବାକୁ ଚାହୁଁଥିଲେ | କିନ୍ତୁ ଆପଣ ସମସ୍ତେ ମା' ଜଗଦମ୍ବେଙ୍କ ପରି ମୋ ସହିତ ଛିଡ଼ା ହୋଇ ମୋତେ ଶକ୍ତି ଦେଇଥିଲ। ଦଶହରା ଲୋକେ ସମସ୍ତେ ଅସ୍ତ୍ରଶସ୍ତ୍ର ପୂଜା କରନ୍ତି | କିନ୍ତୁ ମୁଁ ଆପଣମାନଙ୍କୁ ପୂଜା କରିବି। କାରଣ ଆପଣମାନେ ମୋ ଅସ୍ତ୍ରଶସ୍ତ୍ର | "