ଉଦ୍ଧବ ଠାକ୍‌ରେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦ

ମୁମ୍ବାଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଛି । କିଛି ସମୟ ପୂର୍ବେ ଶେଷ ହୋଇଥିବା ଶିବସେନା, ଏନସିପି ଓ କଂଗ୍ରେସର ବୈଠକରେ ଆପାତତଃ ଏହି ନିଷ୍ପତ୍ତି ନିଆଯାଇଛି । ଉଦ୍ଧବଙ୍କ ନାଁକୁ ଶିବସେନା ପ୍ରସ୍ତାବ ଦେଇଥିବାବେଳେ ତାହାକୁ ଏନସିପି ସମର୍ଥନ କରିଥିଲା । ଏନସିପି ମୁଖ୍ୟ ଶରଦ ପାଓ୍ଵାର ଏ ସଂପର୍କରେ ସୂଚନା ଦେଇଛନ୍ତି । ଏହି ମେଣ୍ଟ ପକ୍ଷରୁ ଆସନ୍ତା କାଲି ରାଜ୍ୟପାଳଙ୍କୁ ଭେଟି ସରକାରଗଠନ ପାଇଁ ଦାବି କରିବାର କାର୍ଯ୍ୟକ୍ରମ ରହିଛି । ଆଜି ସଂଧ୍ୟାରେ ତିନି ଦଳ ପକ୍ଷରୁ ଅନୁଷ୍ଠିତ ବୈଠକରେ ସରକାର ଗଠନର ରୂପରେଖ ସଂପର୍କରେ ସହମତି ହୋଇଥିଲା । ଏହି ବୈଠକରେ ହୋଇଥିବ ସହମତି ଅନୁସାରେ କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦ ମିଳିବ ।

ସୂଚନାଯୋଗ୍ୟ ଯେ, ଗତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଯଥାକ୍ରମେ ୧୦୫ ଓ ୫୬ ଟି ଆସନ ପାଇଁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ବିଜେପି ସହ ସଂପର୍କ ଛିନ୍ନ କରିଥିଲା । ଶେଷରେ ଏନସିପି-କଂଗ୍ରେସ ସମର୍ଥନରେ ସରକାର ଗଢିବାକୁ ଶିବସେନାର ଉଦ୍ୟମ ସଫଳ ହେବା ପରି ଲାଗୁଛି ।

ସମ୍ବନ୍ଧିତ ଖବର