ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୟାଭାଟମାଲର ଭାନି ବିମାନବନ୍ଦରରେ ପହଞ୍ଚିଥିବା ବେଳେ ନିର୍ବାଚନ ଆୟୋଗ ତାଙ୍କ ବ୍ୟାଗ ଖୋଜାଖୋଜି କରିଥିଲେ।
ବ୍ୟାଗ ଯାଞ୍ଚ ପ୍ରସଙ୍ଗରେ ଉଦ୍ଧବ ଠାକରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ନିଜେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ସମ୍ପ୍ରତି ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ଲାଗି ଭୋଟ ଗ୍ରହଣ ହେବାକୁ ଥିବାରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବିଜେପି ନେତା ବିନୋଦ ତାବଡେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି।
ସେ ଭୋଟର୍ସଙ୍କୁ ଟଙ୍କା ବାଣ୍ଟିବା ପାଇଁ ବ୍ୟାଗରେ ୫୦କୋଟି ଟଙ୍କା ନେଇ ହୋଟେଲରେ ପହଞ୍ଚିଥିବା ବିରୋଧୀ ମହାବିକାଶ ଅଘାଡ଼ି ଅଭିଯୋଗ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉଦ୍ଧବ ଠାକରେ ପ୍ରତିକ୍ରିୟା ଦେଇଛନ୍ତି।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିନୋଦ ତାବଡେ ଭୋଟ ପୂର୍ବରୁ ଭୋଟର୍ସଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗକୁ ନେଇ କହିଛନ୍ତି, ‘ମୁଁ ମା’ ତୁଲଜା ଭବାନୀଙ୍କ ଦର୍ଶନ ପାଇଁ ଯାଉଥିବର ବେଳେ ନିର୍ବାଚନ ଆୟୋଗର ଅଧିକାରୀମାନେ ମୋର ବ୍ୟାଗ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ମୋର ବ୍ୟାଗରୁ କିଛି ମିଳି ନଥିଲା।
ଖବର ମିଳିଛି କି ବିଜେପି ନେତା ବିନୋଦ ତାବଡେଙ୍କ ବ୍ୟାଗରୁ ବିପୁଳ ପରିମାଣରେ ଟଙ୍କା ମିଳିଛି।ମୁଁ ମା’ ତୁଳଜା ଭବାନୀଙ୍କୁ ପ୍ରାର୍ଥନା କରୁଛି କି ସମାଜରେ ଦୁର୍ନୀତି ବୃଦ୍ଧି କରୁଥିବା ସରକାରକୁ ରାଜ୍ୟର ଶେଷ କରି ଦିଅନ୍ତୁ।
ସୂଚନାମୁତାବକ, ନିର୍ବାଚନ ଅଧିକାରୀମାନେ ଉଦ୍ଧବ ଠାକରେଙ୍କ ହେଲିକାପ୍ଟରର ଯାଞ୍ଚ କରିଥିଲେ । ଏହାପରେ ଅଧିକାରୀମାନେ ଉଦ୍ଧବଙ୍କ ବ୍ୟାଗ ଯାଞ୍ଚ କରିଥିଲେ । ଏହା ଦେଖି ରାଗି ଯାଇଥିଲେ ଠାକରେ ଏବଂ ଅଧିକାରୀଙ୍କୁ ରାଗିକି ପ୍ରଶ୍ନ ଉପରେ ପ୍ରଶ୍ନ କରିଥିଲେ ଏବଂ ଏହାର ଭିଡିଓ ନିଜେ କରିଥିଲେ ।
ଅଧିକାରୀଙ୍କୁ ଉଦ୍ଧବ ପ୍ରଶ୍ନ କରିଥିଲେ ,‘ ମୋ ପୂର୍ବରୁ କାହା କାହାର ବ୍ୟାଗ୍ ଚେକ କରିଛ? ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଅଜିତ ପାୱାର, ମୋଦୀ ଏବଂ ଅମିତ୍ ଶାହଙ୍କର ବ୍ୟାଗ ଯାଞ୍ଚ କରାଯାଇଛି?
ଠାକରେଙ୍କ ପ୍ରଶ୍ନର ଉତ୍ତର ଦେଇ ଅଧିକାରୀ କହିଥିଲେ, ‘ଯାଞ୍ଚ ଆରମ୍ଭ ହେବା ସମୟରେ ଆପଣ ନାମ ନେଇଥିବା କୌଣସି ବ୍ୟକ୍ତି ବି ଏଠାକୁ ଆସି ନାହାନ୍ତି। ଆସିଥିଲେ ନିଶ୍ଚୟ ସେମାନଙ୍କ ବ୍ୟାଗ ବି ଯାଞ୍ଚ ହାଇଥାଆନ୍ତି।’