ମୁମ୍ବାଇ : ମୁଖ୍ୟମନ୍ତ୍ରୀ ପଦରୁ ବିଜେପିର ଦେବେନ୍ଦ୍ର ଫଡନବୀସଙ୍କ ଇସ୍ତଫା ପରେ ଶିବସେନା-କଂଗ୍ରେସ ଓ ଏନସିପି ମେଣ୍ଟ ସରକାର ପାଇଁ ପଥ ପରିଷ୍କାର ହୋଇଛି ।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଛି । କଂଗ୍ରେସର ବାଲା ସାହେବ ଥୋରାଟ ଓ ଏନସିପିର ଜୟନ୍ତ ପାଟିଲ ଉପମୁଖ୍ୟମନ୍ତ୍ରୀ ହେବେ । ଅନ୍ୟପକ୍ଷରେ ରାଜ୍ୟପାଳ ଭଗତ ସିଂ କୋସିୟାରୀ ବିଜେପିର କାଲିଦାସ କୋଲାମ୍ବକରଙ୍କୁ ପ୍ରୋଟେମ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି । ସେ ଆସନ୍ତା କାଲି ସକାଳ ୮ଟା ବେଳେ ବିଧାୟକମାନଙ୍କୁ ଶପଥ ପାଠ କରାଇବେ ।
ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ପଦରୁ ବିଜେପିର ଦେବେନ୍ଦ୍ର ଫଡନବୀସଙ୍କ ଇସ୍ତଫା ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ ଏନସିପି ବିଧାୟକ ଦଳ ନେତାଭାବେ ଅଜିତ ପାଓ୍ଵାର ସମସ୍ତ ଏନସିପି ବିଧାୟକଙ୍କ ସମର୍ଥନ ଆମକୁ ଦେଇଥିଲେ । ତାଙ୍କ ସମର୍ଥନ ଭିତ୍ତିରେ ଆମେ ସରକାର ଗଠନ କରିଥିଲୁ । କିନ୍ତୁ କିଛି ସମୟ ପୂର୍ବେ ଅଜିତ ଇସ୍ତଫା ଦେବା ପରେ ଆମ ପାଖରେ ଆବଶ୍ୟକ ସଂଖ୍ୟା ନଥିଲା ।

Advertisment