ମୁମ୍ବାଇ: ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁ ଗତ ମାସରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରଙ୍କ ପତନ ଘଟିଛି ଏବଂ ଶିବସେନା ଦୁଇଫାଳ ହୋଇଯାଇଛି। ଏହାର ମାସାଧିକ କାଳ ପରେ ବି ଦଳରେ ବିଦ୍ରୋହ ନେଇ ଆଲୋଚନା ଥମିନାହିଁ। ରାଜ୍ୟ ଏକ ନୂଆ କ୍ୟାବିନେଟ୍ ପାଇଁ ଅପେକ୍ଷାରେ ଥିବା ବେଳେ ସିନ୍ଦେ ଗୋଷ୍ଠୀର ଜଣେ ବିଧାୟକ କହିଛନ୍ତି ଯେ ଉଦ୍ଧବ ଠାକରେ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତୁତ ଥିଲେ। ସିନ୍ଦେ ଗୋଷ୍ଠୀର ବିଧାୟକ ଦୀପକ କେସରକାର କହିଛନ୍ତି ଯେ ସେ ଜୁନ୍ ୨୧ ବିଦ୍ରୋହ ପରେ ଆସାମ ଗୁଆହାଟୀର ଏକ ହୋଟେଲରେ ରହିଥିଲେ। ସେଠାରେ ରହିବା ସମୟରେ ସେ ଉଦ୍ଧବଙ୍କ ସହ କଥାବାର୍ତ୍ତା କରିଥିବା ଜଣେ ବିଧାୟକଙ୍କ ସହ କଥା ହୋଇଥିଲେ। ଉଦ୍ଧବ ତାଙ୍କୁ କହିଥିଲେ- ସିନ୍ଦେଙ୍କୁ ଛାଡ଼, ଆମେ ମେଣ୍ଟ କରିବାକୁ (ବିଜେପି ସହ) ପ୍ରସ୍ତୁତ ଅଛୁ। କିନ୍ତୁ ଏ ପ୍ରସ୍ତାବ ବିଦ୍ରୋହୀ ବିଧାୟକମାନଙ୍କ ଦ୍ବାରା ଏବଂ ବିଜେପି ଦ୍ବାରା ଗ୍ରହଣୀୟ ହେଲା ନାହିଁ। କାରଣ ସିନ୍ଦେଙ୍କୁ ସେମାନେ ଛାଡ଼ିପାରି ନ ଥାନ୍ତେ ଏବଂ ଏହା ଅନୁଚିତ ବି ହୋଇଥାନ୍ତା। ଆଉ ତା’ପରେ ଯାହା ହେଲା ତାହା ହେଉଛି ଇତିହାସ।
ବିଜେପି ସହ ମେଣ୍ଟ କରିବାକୁ ଉଦ୍ଧବ ପ୍ରସ୍ତୁତ ଥିଲେ: ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଦାବି
/sambad/media/post_attachments/wp-content/uploads/2022/06/Uddhav-Thackeray.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)