ମୁମ୍ବାଇ : ମୁମ୍ବାଇର ଶିବାଜୀ ପାର୍କରେ ବାର୍ଷିକ ଦଶହରା ରୢାଲି ଅନୁମତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଲଢ଼େଇ ଜୋରଦାର ହୋଇଛି। ୨ ବିରୋଧୀ ଗୋଷ୍ଠୀ ଦ୍ବାରା ଦାଖଲ ହୋଇଥିବା ଆବେଦନ ଉପରେ ବିଏମ୍ସି ଏହାର ଆଇନ ବିଭାଗ ପାଖରୁ ମତାମତ ମାଗିଛି। ବିଏମ୍ସି କେଉଁ ଗୋଷ୍ଠୀକୁ ଅନୁମତି ଦେବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଯଦି ଠାକ୍ରେ ଗୋଷ୍ଠୀକୁ ଅନୁମତି ନମିଳେ ତେବେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ନଚେତ ଅନୁମତି ନଥାଇ ରୢାଲି କରିବେ। ଶିବାଜୀ ପାର୍କରେ ଦଶହରା ରୢାଲି କରିବା ଉଦ୍ଧବଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ୧୯୬୬ରେ ଶିବାଜୀ ପାର୍କରେ ଦଶହରା ଅବସରରେ ପ୍ରଥମ ରୢାଲି ହୋଇଥିଲା। ପ୍ରାୟ ୫ ଦଶନ୍ଧି ଧରି ସେନା ଶିବାଜୀ ପାର୍କରେ ଦଶହରା ରୢାଲି କରି ଆସୁଛି।
ଦଶହରା ରୢାଲି ପାଇଁ ହାଇକୋର୍ଟ ଯିବେ ଉଦ୍ଧବ: ଶିବାଜୀ ପାର୍କରେ ଦଶହରା ରୢାଲି ଉଦ୍ଧବଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ
/sambad/media/post_attachments/wp-content/uploads/2022/07/uddhav-thackeray.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)