ଭାଜପାସହ ମେଣ୍ଟ ହେବାପରେ ଦଳୀୟ କର୍ମୀମାନଙ୍କୁ ଏହି ପରାମର୍ଶ ଦେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ଓ ଶିବସେନା ମିଳିତଭାବେ ଲଢ଼ିବା ନେଇ  ମେଣ୍ଟ ହେବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ନିଜ ଦଳର କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି କି ସେମାନେ ସବୁ ଆସନରେ ଭାଜପାକୁ ସହାୟତା କରନ୍ତୁ ।ଏହାଦ୍ୱାରା ମହାରାଷ୍ଟ୍ରର ସବୁ ୪୮ଟି ଲୋକସଭା  ଆସନରୁ ଯେପରି ଭାଜପା-ଶିବସେନା ପ୍ରାର୍ଥୀମାନେ ଜିତାପଟ ହାସଲ କରିବେ। ଗତକାଲି ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ଏହା କହିଛନ୍ତି। ଏଥିରେ ଶିବସେନାର ସାଂସଦ, ବିଧାୟକ , ଜିଲ୍ଲା ଏବଂ ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

ଭାଜପା-ଶିବସେନାର ମେଣ୍ଟ ହେବାପରେ ଏହା ଦଳର ପ୍ରଥମ ବୈଠକ ଥିଲା।ସେ ଆହୁରି ମଧ୍ୟ କହିଛନ୍ତି ବିଧାନସଭା ନିର୍ବାଚନରେ ଉଭୟ ଦଳ ସମାନ ସଂଖ୍ୟକ ସିଟ୍‌ରେ ନିର୍ବାଚନ ଲଢିବେ। ଏଣୁ ବିଧାନସଭା ନିର୍ବାଚନଲାଗି ବି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଭାଜପା ୨୫ ଓ ଶିବସେନା ୨୩ଟି ଆସନରୁ ଲୋକସଭା ନିର୍ବାଚନ ଲଢିବାରେ ନିଷ୍ପତ୍ତି ହୋଇଛି।

 

 

 

ସମ୍ବନ୍ଧିତ ଖବର