ଶ୍ରୀନଗର,: ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଯବାନ ସହିଦ ହୋଇଛନ୍ତି। ଡୋଡ଼ା ଜିଲ୍ଲାରେ ଉଧମପୁରକୁ ଭଦେରୱା ସହ ସଂଯୋଗ କରୁଥିବା ଡୁଡ଼ୁ ବସନ୍ତଗଡ଼ର ସେଓଜ ଧାର ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇ ସେନା ଏବଂ ଏସ୍ଓଜିର ଏକ ମିଳିତ ଟିମ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଅପରେସନ୍ ସମୟରେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିବା ଫଳରେ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ଭୀଷଣ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି, ୪ ଆତଙ୍କବାଦୀ ଯେଉଁମାନେ କି ମୁଖ୍ୟତଃ ଜେଇଏମ୍ (ଜୈସ୍ ଏ ମହମ୍ମଦ) ସହ ଜଡ଼ିତ ଏବେ ବି ଜଙ୍ଗଲ ଅଞ୍ଚଳରେ ଲୁଚି ରହିଛନ୍ତି। ସେମାନଙ୍କୁ ଠାବ କରିବାପାଇଁ ଅପରେସନ୍ ଜାରି ରହିଛି। ଇତିମଧ୍ୟରେ କାଶ୍ମୀରରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଚଢ଼ଉ ଜାରି ରହିଛି। କାଶ୍ମୀରରେ ୭ଟି ଜିଲ୍ଲାରେ ଜମ୍ମୁ କାଶ୍ମୀର ପୁଲିସ ଗୁଇନ୍ଦା ନିରୋଧୀ ଶାଖା ସିଆଇକେ (କାଉଣ୍ଟର୍ ଇଣ୍ଟେଲିଜେନ୍ସ କାଶ୍ମୀର) ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଉଧମପୁର ଏନ୍କାଉଣ୍ଟର୍: ଯବାନ ସହିଦ, ଗୁଳି ବିନିମୟ ଜାରି
ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଯବାନ ସହିଦ ହୋଇଛନ୍ତି। ଡୋଡ଼ା ଜିଲ୍ଲାରେ ଉଧମପୁରକୁ ଭଦେରୱା ସହ....
/sambad/media/media_files/2025/09/21/untitled-2-2025-09-21-08-06-43.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)